ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ହିଣ୍ଡେନବର୍ଗ ରିପୋର୍ଟ ପାଇଁ ୭କୁ ଖସିଲେ ବିଶ୍ୱର ୩ ନମ୍ବର ଧନୀ; ଚିନ୍ତାରେ ଆଦାନୀ, ଏହା ପଛରେ ରହିଛନ୍ତି ଏହି ବ୍ୟକ୍ତି

28/01/2023 at 11:01 PM

ନୂଆଦିଲ୍ଲୀ: ଆମେରିକାର ଫାଇନାନ୍ସିଆଲ୍ ରିସର୍ଚ୍ଚ ସଂସ୍ଥା ହିଣ୍ଡେନବର୍ଗର ଏକ ରିପୋର୍ଟ ବିଶ୍ୱର ତିନି ନମ୍ବର ଧନୀ ଗୌତମ ଆଦାନୀଙ୍କୁ ଧନୀ ତାଲିକାରେ ୭ ନମ୍ବର ସ୍ଥାନକୁ ନେଇ ଆସିଛି। ଆଦାନୀଙ୍କ ଶେୟାର୍‌ରେ ମୋଟା ଅଙ୍କର ହ୍ରାସ ଦେଖିବାକୁ ମିଳିଛି। ରିପୋର୍ଟ ପ୍ରକାଶ ପରେ ଆଦାନୀ ଗ୍ରୁପର କମ୍ପାନୀଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍‌ର ୪.୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ଯାହାକୁ ନେଇ ଆଦାନୀ ସମୁହ ହିଣ୍ଡେନବର୍ଗ ଉପରେ କେସ୍ କରିବାକୁ ଯୋଜନା କରୁଛି। ଏଥିସହିତ ରିସର୍ଚ୍ଚ ସଂସ୍ଥାର ଗବେଷଣା ରିପୋର୍ଟକୁ ବି ଆଦାନୀ ଗ୍ରୁପ୍ ଖଣ୍ଡନ କରିଛି।

Adani Power, Adani Wilmar shares hit lower circuits as group stocks  continue to decline - BusinessToday

ଆଦାନୀଙ୍କ ବିଷୟରେ ହିଣ୍ଡେନବର୍ଗର ରିପୋର୍ଟ

ହିଣ୍ଡେନବର୍ଗର ଲେଖିଥିବା ତଥ୍ୟ ଅନୁସାରେ, “ଆଦାନୀ ଗ୍ରୁପର ସଂସ୍ଥାପକ ଓ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ନେଟୱର୍ଥ ୧୨୦ ଆରବ ଡଲାର। ସେଥିରୁ ୧୦୦ ଆରବ ଡଲାରରୁ ଅଧିକ ଲାଭ ଗତ ୩ ବର୍ଷରେ ହୋଇଛି। ଗ୍ରୁପ୍‌ରେ ତାଲିକାଭୁକ୍ତ ହୋଇଥିବା ୭ କମ୍ପାନୀର ଶେୟାର ଦ୍ରୁତ ବୃଦ୍ଧି ଯୋଗୁ ଏହି ଲାଭ ହୋଇଛି। ଏହି ସମୟରେ ୮୧୯ ପ୍ରତିଶତ ବୃଦ୍ଧି ହୋଇଛି।”

ରିପୋର୍ଟରେ ଆଦାନୀ ପରିବାର ଦ୍ୱାରା ନିୟନ୍ତ୍ରିତ ହେଉଥିବା ନକଲି ୟୁନିଟ କମ୍ପାନୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି କମ୍ପାନୀଗୁଡ଼ିକ କେରବିୟାନ ଓ ମରିସସରୁ ଆରମ୍ଭ କରି ସଂଯୁକ୍ତ ଆରବ ଏମିରାଟ ପର୍ଯ୍ୟନ୍ତ ଲମ୍ବିଛି। ଏହି କମ୍ପାନୀଗୁଡ଼ିକର ବ୍ୟବହାର ଭ୍ରଷ୍ଟାଚାର, ଆର୍ଥିକ ହେର୍‌ଫେର୍‌ ଓ ଟ୍ୟାକ୍ସ ଚୋରୀ କରିବାକୁ ହେଉଛି। ତା ସହିତ ଗ୍ରୁପ୍‌ରେ ଲିଷ୍ଟିଂ ହୋଇଥିବା କମ୍ପାନୀଗୁଡ଼ିକର ସମ୍ପତ୍ତିର ହେର୍‌ଫେର୍ କରିବାକୁ ମଧ୍ୟ ଏହି ନକଲି ୟୁନିଟ୍‌ଗୁଡ଼ିକର ବ୍ୟବହାର କରାଯାଉଛି।   

Hindenburg will benefit from slide in Adani shares': Adani Group plans  legal action against research firm - BusinessToday

ଗବେଷଣାକୁ ସତ ଦର୍ଶାଇ ହିଣ୍ଡେନବର୍ଗ କହିଛି “ଗବେଷଣାକୁ ନେଇ ଆଦାନୀ ଗ୍ରୁପର ପୂର୍ବତନ ବରିଷ୍ଠ ଅଧିକାରୀ ଓ କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରାଯାଇଥିଲା। ଏଥିପାଇଁ ହଜାର ହଜାର ନଥିପତ୍ରର ତଦାରଖ କରିବା ସହ ବିଭିନ୍ନ ଦେଶକୁ ଯାଇ ସ୍ଥିତି ଅନୁଧ୍ୟାନ କରାଯାଇଛି। ଗ୍ରୁପରେ ପ୍ରମୁଖ ସୂଚିବଦ୍ଧ ହୋଇଥିବା କମ୍ପାନୀଗୁଡ଼ିକ ଅନେକ ଋଣ ନେଇଛନ୍ତି। ଯେତେବେଳେ ଏଗୁଡ଼ିକର ଶେୟାର ଦାମ ଉଚ୍ଚାରେ ରହିଥିଲା ସେତେବେଳେ ଏହାକୁ ବନ୍ଧା ରଖି ନିଆଯାଇଥିବା ଋଣ ବି ରହିଛି। ଫଳରେ ଗ୍ରୁପର ପୂରା ଆର୍ଥିକ ସ୍ଥିତି ଟଳମଳ ହେଉଛି।”

ହିଣ୍ଡେନବର୍ଗ ବିଷୟରେ ଜାଣନ୍ତୁ-

ହିଣ୍ଡେନବର୍ଗର ୱେବ୍‌ସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି କମ୍ପାନୀ ବିଦେଶୀ ପୁଞ୍ଜିନିବେଶକୁ ଭଲଭାବରେ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା। ଯାହା ଶେୟାର, କ୍ରେଡିଟ୍ ଓ ଆଦି ମାମଲାର ବିଶ୍ଳେଷଣ କରିଥାଏ। ଏଥିସହିତ କମ୍ପାନୀର କାଗଜପତ୍ର ଜାଲିୟାତୀ, କମ୍ପାନୀ ଭିତରେ ରହିଥିବା ପରିଚାଳନଗତ ତୃଟି, ତା ସହ ଆର୍ଥିକ ନେଣଦେଣ ସମ୍ପର୍କିତ ମାମଲାଗୁଡ଼ିକୁ ଉଜାଗର କରିଥାଏ। ଯାହା ସାଧାରଣତଃ କମ୍ପାନୀଗୁଡ଼ିକ ଲୁଚାଇବାକୁ ଚେଷ୍ଟା କରିଥାନ୍ତି। ଏଥିସହିତ ଏହି କମ୍ପାନୀ ନିଜେ ନିବେଶ କରିଥାଏ। କମ୍ପାନୀର ୱେବ୍‌ସାଇଟ୍‌ ଅନୁସାରେ, ହିଣ୍ଡେନବର୍ଗ ଏକ ଆକ୍ଟିଭିଷ୍ଟ ଶର୍ଟ ସେଲର।

शेयर गिराओ, उससे अरबों कमाओ: जाँच के घेरे में है Hindenburg रिसर्च



ଶର୍ଟ ସେଲରର ମାନେ କଣ- ଏହାର ଅର୍ଥ ହେଲା କୌଣସି ଶେୟାର କମ୍ ଦାମରେ କିଣି ତାକୁ ଚଢ଼ା ଦରରେ ବିକ୍ରି କରିବା। ଶର୍ଟ ଶେଲର ପ୍ରକ୍ରିୟାକୁ ଶେୟାର ମାର୍କେଟ୍‌ରେ ଲାଭ ପାଇବା ପାଇଁ ଏକ ହିଟ୍ ଫର୍ମୁଲା ବୋଲି କୁହାଯାଏ। ବ୍ୟବସାୟିକ ଭାଷାରେ ଏହାକୁ ଲଙ୍ଗ୍‌ ପୋଜିସନ ବୋଲି କୁହାଯାଏ।

ଶେୟାର ବଜାରର ଭାଉ ଉଚ୍ଚା ସ୍ତରରେ ଥିବା ବେଳେ ଏଭଳି ଫର୍ମୁଲା ବ୍ୟବହାର କରାଯାଇଥାଏ। ପୁଣି ଏହାର ବିପରିତ, ଯେବେ ବଜାରରେ ମାନ୍ଦାବସ୍ଥାର ଆଶଙ୍କା ଦେଖାଯାଇଥାଏ ଓ କିମ୍ବା କୌଣସି କମ୍ପାନୀର ଶେୟାର୍‌ ମୂଲ୍ୟରେ ହ୍ରାସ ହେବାର ଅନୁମାନ ହୋଇଥାଏ ସେତେବେଳେ ଶର୍ଟ ପୋଜିସନ ପ୍ରକ୍ରିୟାକୁ ବ୍ୟବହାର କରାଯାଇଥାଏ। କାରଣ ଭବିଷ୍ୟତରେ ଶେୟାର ମୂଲ୍ୟରେ ହ୍ରାସ ହେଲେ ତାକୁ ଫାଇଦା ହେବ ବୋଲି ନିବେଶକ ଅନୁମାନ କରିଥାନ୍ତି।

ଆକ୍ଟିଭିଷ୍ଟ ଶର୍ଟ ସେଲର ନିବେଶକଙ୍କୁ ବୁଝାଉଥାନ୍ତି ଯେ କମ୍ପାନୀ ଓଭର ଭେଲ୍ୟୁ ବା ଋଣରେ ବୁଡିଛି। ଶର୍ଟ ସେଲରଙ୍କର ଏଭଳି ରିପୋର୍ଟରେ କମ୍ପାନୀକୁ ବହୁତ କ୍ଷତି ହୋଇଥାଏ। କମ୍ପାନୀର ଶେୟାର ରସାତଳକୁ ପଳାଇଥାଏ। ଲୋକେ ଶେୟାର ବିକ୍ରି କରି କରିଦିଅନ୍ତି। ଏଥିରେ ଶର୍ଟ ସେଲରଙ୍କୁ କିନ୍ତୁ ଲାଭ ହୋଇଥାଏ। ସେମାନେ ପଇସା କମାଇ ଥାନ୍ତି।

Short Seller Nate Anderson's Hindenburg Targets Billionaire Gautam Adani -  Bloomberg

ହିଣ୍ଡେନବର୍ଗର ପ୍ରତିଷ୍ଠାତା କିଏ ?

ହିଣ୍ଡେନବର୍ଗର ସଂସ୍ଥାପକ ହେଉଛନ୍ତି ନାଥନ ଆଣ୍ଡର୍ସନ। ସେ ୨୦୧୭ରେ ଏହାର ପ୍ରତିଷ୍ଠା କରିଥିଲେ। ଏହି କମ୍ପାନୀ ବିଦେଶୀ ପୁଞ୍ଜି ନିବେଶ, ଇକ୍ୟୁଇଟିରେ ବ୍ୟବସାୟ ସ୍ୱତନ୍ତ୍ରତା, କ୍ରେଡିଟ୍ ଏବଂ ଡେରିବେଟିଭ୍ ଆନାଲିସିସ୍‌ କରିଥାଏ। ଏହି କମ୍ପାନୀ ଆଦାନୀ ଗ୍ରୁପ୍ ବିଷୟରେ ମଧ୍ୟ ନିଜର ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ କରିଛି।

ହିଣ୍ଡେନବର୍ଗର ସଂସ୍ଥାପକ ନାଥନ ଆଣ୍ଡର୍ସନ କନେକ୍ଟିକଟ ୟୁନିଭର୍ସିଟିରୁ ଅନ୍ତର୍ଜାତୀୟ ବଜାର ବିଷୟରେ ବେଚଲର ଡିଗ୍ରୀ ହାସଲ କରିଛନ୍ତି। ଡିଗ୍ରୀ ହାସଲ ପରେ ୩୮ ବର୍ଷୀୟ ନାଥନ ପ୍ରଥମେ ଆମେରିକାର ଆର୍ଥିକ ଡାଟା ଓ ସଫ୍ଟୱେୟାର କମ୍ପାନୀ ଫେକ୍ଟସେଟ୍‌ରେ ନିବେଶ ପରିଚାଳନା ବ୍ୟବସାୟ ଦିଗରେ କାମ କରିଥିଲେ। ତା ପୂର୍ବରୁ ସେ ଇସ୍ରାଏଲ୍‌ରେ ଏକ ଅମ୍ବାଲାନ୍ସ ଡ୍ରାଇଭର ଭାବରେ କାମ କରିଥିଲେ।

Nathan Anderson, the Hindenburg founder taking on Spacs | Financial Times

ସେହିପରି ଇସ୍ରାଏଲ୍‌ ହିବ୍ରୁ ୟୁନିଭର୍ସିଟିରେ ସେ କିଛି ସମୟ ଚିକିତ୍ସା ସହାୟକ ଭାବରେ କାର୍ଯ୍ୟ କରିଛନ୍ତି। ଏହି ସମୟରେ କଲେଜ୍ ବକ୍ତୃତାଗୁଡ଼ିକରେ ଭାଗ ନେଉଥିଲେ। ଏହାପରେ ଯାଇ ସେ ଫାଇନାନ୍ସିଆଲ୍ ରିସର୍ଚ ସଂସ୍ଥାରେ କାମ କରିଥିଲେ। ସଠାରେ କମ୍ପାନୀଗୁଡ଼ିକର ଦୁର୍ନୀତି ଖୋଲିବା ତାଙ୍କର ପ୍ରିୟ କାର୍ଯ୍ୟ ଥିଲା।  

ହିଣ୍ଡେନବର୍ଗର ରିପୋର୍ଟ ଅନୁସାରେ, ସେ କେବଳ ଆଦାନୀ ସମୁହର ଚିଠା ଖୋଲିନି, ୨୦୧୭ରୁ ସେ ୧୬ଟି କମ୍ପାନୀର ସନ୍ଦେହାତ୍ମ କାରବାର ବିଷୟରେ ରିପୋର୍ଟ ପ୍ରକାଶ କରିଛି।

   Related Posts