ଇଶାନ କିଷନଙ୍କ ଗର୍ଲଫ୍ରେଣ୍ଡ ଅଦିତି ହୁଣ୍ଡିଆ ହେଉଛନ୍ତି ଟପ୍ ମଡେଲ ? ଜାଣନ୍ତୁ ତାଙ୍କ ବିଳାଶପୂର୍ଣ୍ଣ ଜୀବନ ବିଷୟରେ….

Published By : Prameya-News7 Bureau | April 13, 2024 IST

ମୁମ୍ଵାଇ ୧୩।୦୪: ଭାରତୀୟ କ୍ରିକେଟ୍ ଦଳର ଜଣେ ଲୋକପ୍ରିୟ ଖେଳାଳି ଇଶାନ କିଷନ। ଯିଏ 'ଆଇପିଏଲ୍'ରେ ମୁମ୍ବାଇ ଇଣ୍ଡିଆନ୍ସ 'ଦଳ ପାଇଁ ଖେଳନ୍ତି। ତାଙ୍କର ବୃତ୍ତିଗତ ବିଷୟରେ ସମସ୍ତେ ଜାଣନ୍ତି, କିନ୍ତୁ ଇଶାନ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ଲାଇମ୍‌ ଲାଇଟ୍‌ ଠାରୁ ଦୂରରେ ରଖନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ରୁହନ୍ତି। ଖବର ଅଛି ଯେ ଇଶାନ କିଶନ ଜୟପୁର ମଡେଲ ଅଦିତି ହୁଣ୍ଡିଆଙ୍କୁ ଡେଟ କରୁଛନ୍ତି। ଖବର ଅନୁଯାୟୀ, ଉଭୟ ନିଜ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ଅଟନ୍ତି। ତେବେ ସେମାନଙ୍କ ସମ୍ପର୍କ ବିଷୟରେ କେହି ଅଫିସିଆଲ ଭାବେ ପ୍ରକାଶ କରିନାହାଁନ୍ତି।

ଅଦିତି ହୁଣ୍ଡିଆ ଜଣେ ମଡେଲ । ଇନଷ୍ଟାଗ୍ରାମ ଖୁବ୍‌ ଆକ୍ଟିଭ୍‌ ଅଦିତି ।  ଯିଏ 'ଫେମିନା ମିସ୍ ଇଣ୍ଡିଆ ୨୦୧୭' ପ୍ରତିଯୋଗିତାରେ ଫାଇନାଲିଷ୍ଟ ହୋଇଥିଲେ। ଏହା ପରେ, ୨୦୧୮ରେ ସେ 'ମିସ୍ ଡିଭା' ପ୍ରତିଯୋଗିତାରେ ଜିତିଥିଲେ। ଏହାପୂର୍ବରୁ ସେ ରାଜସ୍ଥାନରେ ଏକ ଫ୍ୟାଶନ ସମ୍ବନ୍ଧୀୟ ପ୍ରତିଯୋଗିତାରେ ପ୍ରଥମ ରନର୍ ଅପ୍ ହୋଇଥିଲେ। ଅଦିତିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମ୍ୟୁଜିକ୍ ଭିଡିଓ ଏବଂ ବିଜ୍ଞାପନରେ ଦେଖିବାକୁ ମିଳିଛି । ଅଦିତି ଏବଂ ଇଶାନଙ୍କ ବିଷୟରେ କୁହାଯାଏ ଯେ ଉଭୟେ କ୍ୟାରିୟରର ପ୍ରଥମ ଦିନରୁ ପରସ୍ପରକୁ ଜାଣନ୍ତି ।


ଗଣମାଧ୍ୟମଠାରୁ ଦୂରରେ ଥିବା ଅଦିତି ୨୦୧୯ରେ ଆଇପିଏଲରେ ଖେଳାଯାଇଥିବା 'ମୁମ୍ବାଇ ଇଣ୍ଡିଆନ୍ସ' ମ୍ୟାଚରେ ଇଶାନଙ୍କ ଟିମ୍‌କୁ ଚିଅର କରୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ତାଙ୍କର ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା। ଏହା ପରେ, ଯେତେବେଳେ ୨୦୨୨ରେ ଇଶାନ୍ ତାଙ୍କର ପ୍ରଥମ ODI ଡବଲ୍ ସେନଚୁରି ସ୍କୋର କରିଥିଲେ। ଅଦିତି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହୃଦୟ ଇମୋଜି ସହିତ ଫଟୋ ସେୟାର କରିଥିଲେ । କହିବାକୁ ଗଲେ ଅଦିତି ଜୟପୁରର ବାସିନ୍ଦା। ଯିଏ ବର୍ତ୍ତମାନ ମୁମ୍ବାଇରେ ରୁହନ୍ତି । ସେ ମ୍ୟାନେଜମେଣ୍ଟରେ ଅଧ୍ୟୟନ କରିଛନ୍ତି । ସେ ଜୟପୁରର 'ସେଣ୍ଟ୍ ଜାଭିଅର୍ କଲେଜ'ରୁ ତାଙ୍କର ପାଠପଢା ଶେଷ କରିଥିଲେ।

 

ଅଦିତିଙ୍କ ନିଟ୍ ମୂଲ୍ୟ ବିଷୟରେ କହିବାକୁ ଗଲେ ଜଣେ ମଡେଲ୍ ହେବା ବ୍ୟତୀତ ସେ ବିଜ୍ଞାପନ ଏବଂ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ବହୁତ ପରିମାଣର ଅର୍ଥ ଉପାର୍ଜନ କରନ୍ତି ।  ଅଦିତିଙ୍କ ନିଟ୍‌ ମୂଲ୍ୟ ୨ ରୁ ୩ ନିୟୁତ ଡଲାର ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ତାଙ୍କର କାର କଲେକସନ୍‌ ମଧ୍ୟ ଖୁବ୍‌ ଅଧିକ  ଅଛି। ଇଶାନଙ୍କ ବିଷୟରେ କହିବାକୁ ଗଲେ, ଟିମ୍ ଇଣ୍ଡିଆର ସର୍ବୋତ୍ତମ ଖେଳାଳି ଆଇପିଏଲରେ 'ମୁମ୍ବାଇ ଇଣ୍ଡିଆନ୍ସ' ପାଇଁ ଖେଳନ୍ତି ଏବଂ ଫ୍ରାଞ୍ଚାଇଜର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.