ଛୋଟ ସହର ସାଙ୍ଗଲିରୁ ଗୁଗଲରେ ବଡ ପଦବୀ, କେମିତି ଥିଲା ଫୁଲାରାଙ୍କ ଯାତ୍ରା ?

Published By : Prameya-News7 Bureau | July 23, 2024 IST

ନୂଆଦିଲ୍ଲୀ ୨୩/୭: ପାଠ ଇଞ୍ଜିନିୟରିଂ । ଏବେ ଗୁଗଲର AI ଫିଚରକୁ ଆଗକୁ ନେବାରେ ତାଙ୍କର ମୁଖ୍ୟ ଭୂମିକା ରହିଛି । ମହାରାଷ୍ଟ୍ରର ଏକ ଛୋଟ ସହର ସାଙ୍ଗଲିରେ ଜନ୍ମ ହୋଇଥିବା ଫୁଲାରା ଏବେ ସବୁଠି ଜଣାଶୁଣା । ତାଙ୍କ ନିଷ୍ଠା ଓ ନେତୃତ୍ବ ଏବେ ଦେଶ ଓ ଦେଶ ବାହାରେ ମଧ୍ୟ ଚର୍ଚ୍ଚା ହେଉଛି । ୨୦୧୭ରେ ଗୁଗଲରେ ଯୋଗଦେଇଥିବା ଫୁଲାରାଙ୍କ କ୍ୟାରିୟର ଗାଡି ଏବେ ଦୌଡିବାକୁ ଲାଗିଛି । କୌଣସି କାମ ବି କଠିନ ନୁହେଁ ଏ କଥାକୁ ସାରା ଦୁନିଆକୁ ଜଣାଇ ଦେଇଛନ୍ତି ସେ । ଫୁଲାରା ଏକ ଏମିତି ସମାଜରେ ବଢିଥିଲେ ଯେଉଁଠି ମହିଳାଙ୍କୁ ଉଚ୍ଚଶିକ୍ଷା ପାଇଁ କେହି ସପୋର୍ଟ କରନ୍ତି ନାହିଁ । ଫୁଲାରା ସାଙ୍ଗଲି ସ୍ଥିତ ବାଲଚନ୍ଦ କଲେଜ ଅଫ ଇଞ୍ଜିନିୟରିଂରୁ ପାସ୍‌ କରିବା ପରେ ସାଉଥ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ମ୍ୟାନେଜମ୍ୟାଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରେ ଷ୍ଟାନଫୋର୍ଡ ୟୁନିଭରସିଟିରେ ଅଭିଜ୍ଞତା ହାସଲ କରିଥିଲେ ଯେଉଁଠି ତାଙ୍କ ଦକ୍ଷତାକୁ ସମ୍ମାନ ମିଳିଥିଲା । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.