କିଏ ଏହି ଗୋପୀ ଥୋଟାକୁରା ? ପର୍ଯ୍ୟଟକ ଭାବେ ମହାକାଶ ଗସ୍ତ କରିବାରେ ହେବେ ପ୍ରଥମ ଭାରତୀୟ ବଂଶୋଦ୍ଭବ

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ: ପାଇଲଟ୍ ଗୋପୀ ଥୋଟାକୁରା ପ୍ରଥମ ଭାରତୀୟ ବଂଶୋଦ୍ଭବ ପର୍ଯ୍ୟଟକ ଭାବେ ମହାକାଶକୁ ଯିବେ । ବ୍ଲୁ ଓରିଜିନର ଏନଏସ ୨୫ ମିଶନର ଛଅ କ୍ରୁ ସଦସ୍ୟଙ୍କ ମଧ୍ୟରେ ସେ ସାମିଲ ଅଛନ୍ତି । ଜେଫ୍ ବେଜୋସଙ୍କ ମହାକାଶ ସଂସ୍ଥା ପକ୍ଷରୁ ଏନେଇ ତାରିଖ ଘୋଷଣା ହେବା ବାକି ରହିଛି ।

ବ୍ଲୁ ଓରିଜିନ ଅନୁସାରେ ଗୋପୀ ଜଣେ ଏପରି ପାଇଲଟ୍, ଯିଏ ଗାଡ଼ି ଚଲାଇବା ପୂର୍ବରୁ ଉଡିବା ଶିଖି ସାରିଛନ୍ତି । ଆନ୍ଧ୍ର ପ୍ରେଦଶର ବିଜୟୱାଡାରେ ଜନ୍ମିତ ଗୋପୀ ବେଙ୍ଗାଲୁରୁରେ ନିଜ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ । କର୍ମସିୟାଲ ପାଇଲଟ୍ ହେବା ସହ ସେ ମେଡିକାଲ ଜେଟ୍ ପାଇଲଟ୍ ମଧ୍ୟ । ସେ ରୋମାଞ୍ଚକର ଯାତ୍ରାରେ ସାମିଲ ହେବା ପାଇଁ ସବୁବେଳେ ଆଗ୍ରହୀ । ନିକଟରେ ସେ ତାଞ୍ଜାନିଆର ଜ୍ୱାଳାମୁଖୀ ମାଉଣ୍ଟ କିଲିମଞ୍ଜାରୋର ଶିଖର ଚଢିଥିଲେ ।  

ବ୍ଲୁ ଓରିଜିନ କହିଛି ଯେ ଏମ୍ୱ୍ରୋ-ରିଡଲ ଏରୋନଟିକଲ ୟୁନଭର୍ସିଟିରୁ ସ୍ନାତକ ଗୋପୀ ପ୍ରିଜର୍ଭ ଲାଇଫର ସହ-ସଂସ୍ଥାପକ । ବ୍ଲୁ ଓରିଜିନ ୨୦୨୧ ଜୁଲାଇରୁ ଚାଳକ ଦଳଙ୍କୁ ନେଇ ଚଡାଣ ଭାରଛି । ଏବଂ ପ୍ରଥମ ଉଡାଣରେ ସିଇଓ ଜେଫ୍ ବେଜୋସ ନିଜେ ଭାଗ ନେଇଥିଲେ । କମ୍ପାନିର ନୂତନ ପ୍ରୟୋଗରେ ନ୍ୟୁ ସେପର୍ଡ ରକେଟ୍ ଛଅ ଚାଳକ ଦଳକୁ କର୍ମନ ଲାଇନ ଉପରକୁ ନେଇଯିବ । ଏହା ମହାକାଶର ଏକ ଅନ୍ତରାଷ୍ଟ୍ରୀୟ ସ୍ତରର ମାନ୍ୟତା ପ୍ରାପ୍ତ ସୀମା ଯାହା ପୃଥିବୀରୁ ୧୦୦ କିଲୋମିଟର ଉପରେ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.