ଅର୍ଥମନ୍ତ୍ରୀ ନିର୍ମଳାଙ୍କ 'ନବରତ୍ନ'; ଜାଣନ୍ତୁ କିଏ ଏମାନେ, ଯେଉଁମାନେ ପ୍ରସ୍ତୁତ କରିଛନ୍ତି ବଜେଟ୍

Published By : Prameya-News7 Bureau | February 02, 2024 IST

ନୂଆଦିଲ୍ଲୀ 02/02 : ସଂସଦରେ  ଅନ୍ତରୀଣ ବଜେଟ୍-୨୦୨୪ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଗାତାର ଷଷ୍ଠଥର ପାଇଁ ବଜେଟ୍ ଉପସ୍ଥାନ କରିଛନ୍ତି ନିର୍ମଳା ସୀତାରମଣ।  ତେବେ ନିର୍ମଳା ସୀତାରମଣଙ୍କ ଏହି ଷଷ୍ଠ ବଜେଟ୍ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି।  ନିର୍ମଳାଙ୍କ ବ୍ୟତୀତ ଏହି ବଜେଟ୍ ଟିମ୍ ରେ ଅଛନ୍ତି 9 ଜଣ ବ୍ୟକ୍ତି ତଥା ନବରତ୍ନ।  ଯେଉଁମାନେ ନିଜ ନିଜ କ୍ଷେତ୍ରରେ ବେଶ୍ ଦକ୍ଷ। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।



ଟିଭି ସୋମନାଥନ୍ - ତାମିଲନାଡୁର ଆଇଏଏସ୍ ଅଧିକାରୀ ଟିଭି ସୋମନାଥନ ବର୍ତ୍ତମାନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କର ଅର୍ଥ ସଚିବଙ୍କ ଦାୟିତ୍ୱ । 1987 ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୋମନାଥନ୍ ଏପ୍ରିଲ୍ 2015 ରୁ ଅଗଷ୍ଟ 2017 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ। ତାଙ୍କୁ ପିଏମ ମୋଦୀଙ୍କ ନିକଟତର ବିବେଚନା କରାଯାଏ। 2020 ମସିହାରେ ସେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଥିଲେ ଏକ୍ସପେଣ୍ଡିଚର ସେକ୍ରେଟେରୀ। ସେବେଠାରୁ ସେ ବଜେଟ୍ ସu ଘନିଷ୍ଠ ଭାବରେ ଜଡିତ।

ଅଜୟ ସେଠ୍- କର୍ଣ୍ଣାଟକ କ୍ୟାଡରର 1987 ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଜୟ ସେଠ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ।  ସେ 2021 ମସିହାରେ ଅର୍ଥ ମନ୍ତ୍ରଣାଳୟକୁ ଆସି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ବିଭାଗର ନେତୃତ୍ୱ ନେଇଥିଲେ। ଗତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ G -20 ବୈଠକରେ ସେ ଚର୍ଚ୍ଚାକୁ ଆସିଥିଲେ।


ତୁହିନ୍ କାନ୍ତ ପାଣ୍ଡେ - ନିବେଶ ଏବଂ ସାର୍ବଜନିକ ସମ୍ପତ୍ତି ପ୍ରବଧନ ସଚିବ ତୁହିନ୍ କାନ୍ତ ପାଣ୍ଡେ । ସେ ଏୟାର ଇଣ୍ଡିଆର ଘରୋଇକରଣ ଏବଂ LICର ଆଇପିଓରେ ଗ୍ରହଣ କରିଥିବା ଭୂମିକା ପାଇଁ ଜଣାଶୁଣା। ପାଣ୍ଡେ ଓଡିଶା କ୍ୟାଡରର 1987 ବ୍ୟାଚ୍ IAS ଅଧିକାରୀ ।

ସଞ୍ଜୟ ମାଲହୋତ୍ରା- ରାଜସ୍ଥାନ କ୍ୟାଡରର 1990 ବ୍ୟାଚ୍ ଅଧିକାରୀ ସଞ୍ଜୟ ମଲହୋତ୍ରା ବର୍ତ୍ତମାନ ରାଜସ୍ୱ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସେ ଆଇଏଏସ୍ ପରୀକ୍ଷାରେ ତାଙ୍କ ବ୍ୟାଚ୍ ଟପ୍ପର ହୋଇଥିଲେ। ଏହାପୂର୍ବରୁ ସେ ବ୍ୟାଙ୍କିଙ୍ଗ୍ ବିଭାଗରେ ସଚିବ ଥିଲେ। ବଜେଟ୍ ପ୍ରକ୍ରିୟାରେ ଟିକସ ରାଜସ୍ୱ ବୃଦ୍ଧି ଦାୟିତ୍ୱକୁ ମଲହୋତ୍ରା ପରିଚାଳନା କରନ୍ତି।


ବିବେକ ଯୋଶୀ - ବଜେଟରେ ଅର୍ଥମନ୍ତ୍ରୀଙ୍କ ପରାମର୍ଶଦାତା ଟିମ୍ ରେ ଅଛନ୍ତି ବିବେକ ଯୋଶୀ । ସେ ନଭେମ୍ବର 2022ରେ ସଚିବ, ଆର୍ଥିକ ସେବା ବିଭାଗର ସଚିବ ଭାବରେ ଅର୍ଥ ମନ୍ତ୍ରଣାଳୟରେ ଯୋଗ ଦେଇଥିଲେ। ଜୋଶୀ, ହରିୟାଣା କ୍ୟାଡରର 1989 ବ୍ୟାଚ୍ ଅଧିକାରୀ।  ପୂର୍ବରୁ ଭାରତର ରେଜିଷ୍ଟ୍ରାର୍ ଜେନେରାଲ୍ ଏବଂ ଜନଗଣନା କମିଶନର ଥିଲେ।

ନିତିନ ଗୁପ୍ତା- ଭାରତୀୟ ରାଜସ୍ୱ ସେବାରେ ଆୟକର ବିଭାଗର ଅଧିକାରୀ ନିତିନ ଗୁପ୍ତା ବର୍ତ୍ତମାନ କେନ୍ଦ୍ରୀୟ ଟିକସ ବୋର୍ଡ କିମ୍ବା ସିବିଡିଟିର ଚେୟାରମ୍ୟାନ୍ । ସେ ଆୟକର, କର୍ପୋରେଟ୍ ଟ୍ୟାକ୍ସ ଏବଂ ବଜେଟରେ ପ୍ରତ୍ୟକ୍ଷ ଟିକସ ସମ୍ବନ୍ଧୀୟ ସମସ୍ତ ପ୍ରସ୍ତାବ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଛନ୍ତି।

  

ସଞ୍ଜୟ କୁମାର ଅଗ୍ରୱାଲ - ଭାରତୀୟ ରାଜସ୍ୱ ସେବାରେ ଜିଏସ୍ଟି ଏବଂ କଷ୍ଟମ୍ ବିଭାଗର ଅଧିକାରୀ ବର୍ତ୍ତମାନ ପରୋକ୍ଷ ଟିକସ ଏବଂ କଷ୍ଟମର କେନ୍ଦ୍ରୀୟ ବୋର୍ଡର ଚେୟାରମ୍ୟାନ୍। ଏହି ବଜେଟରେ ଅନ୍ତର୍ଭୁକ୍ତ ସମସ୍ତ ପରୋକ୍ଷ ଟିକସ ସମ୍ବନ୍ଧୀୟ ପ୍ରସ୍ତାବ ତାଙ୍କ ତତ୍ତ୍ୱାବଧାନରେ ଯାଇଛି ।ଜିଏସ୍ଟି ସହ ଜଡିତ ଅନେକ ଦ୍ରବ୍ୟ ଏବଂ ପ୍ରସ୍ତାବ ଉପରେ କଷ୍ଟମ୍ ଡ୍ୟୁଟିରେ ପରିବର୍ତ୍ତନରେ ତାଙ୍କ ସହମତିରେ ହୋଇଛି।

ଭି ଅନନ୍ତ ନାଗେଶ୍ୱରନ୍ -ଭି ଅନନ୍ତ ନାଗେଶ୍ୱରନ୍ ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା। ସେ ଜଣେ ଲେଖକ ଏବଂ ଶିକ୍ଷକ ଭାବରେ ମଧ୍ୟ ଜଣାଶୁଣା ।  ଅର୍ଥନୀତି ପ୍ରସଙ୍ଗରେ ସେ ସୀତାରମଣଙ୍କ ନିକଟତମ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ ।

Also Read-ଚୀନ୍ କମ୍ପାନୀ ନିର୍ମାଣ କରିଛି ପ୍ରଥମ ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ବ୍ୟାଟେରୀ, ଥରେ ଚାର୍ଜ କଲେ ଚାଲିବ ୫୦ ବର୍ଷ

ଆଶିଷ ଭାଚାନି -ତାମିଲନାଡୁ କ୍ୟାଡରରେ 1997 ବ୍ୟାଚ୍ ଆଇଏସ୍ ଅଧିକାରୀ । ବର୍ତ୍ତମାନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବଜେଟ୍ ବିଭାଗରେ ଅତିରିକ୍ତ ସଚିବ । କହିବାକୁ ଗଲେ  ସେ ଏବେ ଦେଶର ମୁଖ୍ୟ ବଜେଟ୍ ଅଧିକାରୀ।  

2019ଠାରୁ ବଜେଟ୍ ଉପସ୍ଥାପନ କରୁଥିବା ସୀତାରମଣ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ରେକର୍ଡ ସୃଷ୍ଟି କରିବାରେ ସେ  ଇତିହାସରେ ଦ୍ୱିତୀୟ ଅର୍ଥମନ୍ତ୍ରୀ । ଏହାପୂର୍ବରୁ ମୋରଜୀ ଦେଶାଇ 5 ପୂର୍ଣ୍ଣ  ଆଉ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.