suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ଅଜୟ ବଙ୍ଗା ! IIMର ପୂର୍ବତନ ଛାତ୍ର, ଦୈନିକ ଦରମା ୫୨ ଲକ୍ଷ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ

24/02/2023 at 7:55 PM

ନୂଆଦିଲ୍ଲୀ: ମାଷ୍ଟରକାର୍ଡର ପୂର୍ବତନ ସିଇଓ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହୋଇପାରନ୍ତି । ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୱାର୍ଲଡ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ଅଜୟ ବଙ୍ଗାଙ୍କୁ ମନୋନୀତ କରିଥିଲେ । ଯଦି ତାଙ୍କ ପ୍ରାର୍ଥୀତ୍ୱକୁ ବୋର୍ଡ ଅନୁମତି ଦିଏ ତେବେ ଏହି ସମ୍ମାନସ୍ପଦ ପଦ ସମ୍ଭାଳିବାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ହେବେ । ତେବେ ତାଙ୍କର ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ । ଜଳବାୟୁ ପରିବର୍ତ୍ତନ ପରି ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରଶଂସା କରିଛନ୍ତି ।

ଅଜୟ ବଙ୍ଗା ହେଉଛନ୍ତି ମାଷ୍ଟରକାର୍ଡର ପୂର୍ବତନ ସିଇଓ । ମାଷ୍ଟରକାର୍ଡରେ କାର୍ଯ୍ୟକାଳ ସମୟରେ ତାଙ୍କର ଦୈନିକ ଦରମା ଥିଲା ୫୨,୬୦,୦୦୦ ଟଙ୍କା । ଗତ ବର୍ଷ ଅଜୟ ବଙ୍ଗା ମାଷ୍ଟରକାର୍ଡ ସିଇଓ ପଦରୁ ଅବସର ନେଇଥିଲେ । ବର୍ତ୍ତମାନ ସେ ଜେନେରାଲ ଆଟଲାଣ୍ଟିକର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ମାଷ୍ଟରକାର୍ଡ ପୂର୍ବରୁ ଅଜୟ ବଙ୍ଗା ସିଟି ଗ୍ରୁପ ଏବଂ ନେସଲେ ଇଣ୍ଡିଆ ସହ ଜଡିତ ରହିଥିଲେ ।

ଫାଇନାନସିଆଲ୍ କ୍ଷେତ୍ରରେ ଅଜୟ ବଙ୍ଗାଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି । ଆମେରିକାନ ରେଡ୍ କ୍ରସ ବୋର୍ଡର ସେ ସଦସ୍ୟ ଅଛନ୍ତି । ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ସେ ଅର୍ଥନୀତିରେ ପାଠ ପଢିଥିଲେ । ସିଏନବିସିର ରିପୋର୍ଟ ଅନୁସାରେ ୨୦୨୧ରେ ଅଜୟ ବଙ୍ଗାଙ୍କ ପାଖରେ ମୋଟ ୨୦୬ ମିଲିୟନ ଡଲାର ସମ୍ପତ୍ତି ରହିଥିଲା । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୭୦୦ କୋଟି ଟଙ୍କା ହେବ ।

ଅଜୟ ବଙ୍ଗାଙ୍କ ପରିବାର ପଞ୍ଜାବର ଜଲନ୍ଧରର ମୂଳ ବାସିନ୍ଦା । ତାଙ୍କ ବାପା ହରଭଜନ ବଙ୍ଗା ଭାରତୀୟ ସେନାରେ ଲେଫ୍ଟେନାଣ୍ଟ ଭାବେ ସେବା ପ୍ରଦାନ କରି ଅବସର ନେଇଥିଲେ । ଆଇଆଇଏମ ଅହମଦାବାଦରୁ ସେ ନିଜର ଏମଏଲଏ ପଢା ଶେଷ କରିଥିଲେ । ୧୯୮୧ ମସିହାରେ ନେସଲେରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ୧୩ ବର୍ଷ ଧରି ସେ କମ୍ପାନି ସହ ଜଡିତ ଥିଲେ । ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

   Related Posts