Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରମ୍ବାର ବିଫଳ ହୋଇଥିଲେ, ତଥାପି ମାନି ନଥିଲେ ହାର୍ ; ବର୍ଷକରେ ଛିଡ଼ା କଲେ ୨୪୬୩କୋଟିର କମ୍ପାନୀ

11/09/2023 at 5:11 PM

ନୂଆଦିଲ୍ଲୀ 10/09 : ବାରମ୍ବାର ହାରି ପୁଣି ଜିତିବା , ତାର ମଜା ନିଆରା।  ଏକଥାଟି ପ୍ରଯୁଜ୍ୟ 29ବର୍ଷୀୟ ମିସବାହ ଆଶରଫଙ୍କ କ୍ଷେତ୍ରରେ। ମିସବାହ ଆଶ୍ରାଫ ବାରମ୍ବାର ବିଫଳତାର ସମ୍ମୁଖୀନ ହୋଇଥିଲେ ତଥାପି ମାନିନଥିଲେ  ହାର୍।  ଆଜି ବିଶ୍ୱ ତାଙ୍କ ସାହସ ଏବଂ ପରିଶ୍ରମର ଫଳ ଦେଖୁଛି ସାରା ଦୁନିଆ।

29 ବର୍ଷୀୟ ମିସବାହଙ୍କୁ ‘ଫୋର୍ବସ୍ 30 ଅଣ୍ଡର 30’ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏତେ କମ୍ ବର୍ଷ ବୟସରେ, ମିସବାହ ୨୪୬୩କୋଟି ଟଙ୍କା ମୂଲ୍ୟର ଏକ ଫିନଟେକ୍ କମ୍ପାନୀ ପ୍ରତିଷ୍ଠା କରିଛନ୍ତି।  ବିହାରର ନାଲନ୍ଦା ଜିଲ୍ଲାର ବାସିନ୍ଦା ମିସବାହ ଆଶରଫ୍।  ତାଙ୍କ ବାପା ଜଣେ ଶିକ୍ଷକ ଏବଂ ମା ଜଣେ ଗୃହିଣୀ। ତାଙ୍କ ବାପା ଗୋଟିଏ କଥା ସେ ସବୁବେଳେ ମାନନ୍ତି,  ବିଫଳ ହୁଅ କିନ୍ତୁ ଚେଷ୍ଟା ବନ୍ଦ୍ କରନି। ପିଲାଦିନରୁ ବଡ ସ୍ୱପ୍ନ ଦେଖୁଥିବା ମିସବାହ ଏକ ମଧ୍ୟବିତ୍ତ ପରିବାରର ପିଲା। ମିସବାହ ନାଲନ୍ଦାରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଅଳ୍ପ ବୟସରେ କାମ କରିବା ଆରମ୍ଭ କରିଥିଲେ ।  ଅଧ୍ୟୟନ ଅପେକ୍ଷା ସେ ନିଜ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେଉଥିଲେ। ତେଣୁ ପ୍ରଥମ ବର୍ଷରେ କଲେଜ ଛାଡିଥିଲେ ।  କଲେଜ ଡ୍ରପଆଉଟ୍ ମିସବାହ ଜାଣିଥିଲେ ଯେ କେବଳ ବ୍ୟବସାୟ ହିଁ ତାଙ୍କୁ ସଫଳତା ଦେଇପାରିବ। ଏହାପରେ ସେ ଆଇଆଇଟି ଦିଲ୍ଲୀର ଜଣେ ବନ୍ଧୁଙ୍କ ସହ ସେପ୍ଟେମ୍ବର 2013 ରେ Cibola ଆରମ୍ଭ କରିଥିଲେ।

ତଥାପି, ମିସବାହଙ୍କର ଏହି ବ୍ୟବସାୟିକ ଆଇଡିଆ ମଧ୍ୟ ବିଫଳ ହେଲା ।  ତାଙ୍କୁ ଲାଇସେନ୍ସ ମିଳି ନତିଲା, ସେଥିପାଇଁ ସେ ତାଙ୍କ କାମ ଆରମ୍ଭ  କରି ପାରୁନଥିଲେ। ଏହା ବ୍ୟତୀତ ଫୋନ୍ ପେ, ପେଟିଏମ୍ ଭଳି ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ଚ୍ୟାଲେଞ୍ଜ କରିବା ପାଇଁ ତାଙ୍କ ସାମ୍ନାରେ ଠିଆ ହୋଇଥିଲେ। ଏପରି ପରିସ୍ଥିତିରେ, ମିସବାହ ଅଧିକ ସମୟ ଅପେକ୍ଷା ନ କରି ଆଗକୁ ବଢିଥିଲେ। ଆଉ ତାଙ୍କର ଦ୍ୱିତୀୟ ଭେଞ୍ଚର ଆରମ୍ଭ କରିଥିଲେ। ତାଙ୍କର ପରବର୍ତ୍ତୀ ପ୍ରୟାସ ଫ୍ୟାଶନ୍ ଏବଂ ସୌ ନ୍ଦର୍ଯ୍ୟ କ୍ଷେତ୍ରରେ ଥିଲା। ସେ Marsplayର ଆରମ୍ଭ କରିଥିଲେ।  ଯାହାକୁ ଦୁଇ ରାଉଣ୍ଡ୍ ଫଣ୍ଡିଂ ବି ମିଳିଥିଲା।  ତାକୁ ବି ସଫଳତା ମିଳିନଥିଲା। କରୋନା ମହାମାରୀ ସମୟରେ ସେ ବହୁତ କ୍ଷତି ସହିଥିଲେ, ଏହା ପରେ ସେ ତାଙ୍କ କମ୍ପାନୀକୁ FOXY କୁ ବିକ୍ରି କରିଥିଲେ ।

କଲେଜ ଡ୍ରପଆଉଟ୍ ମିସବାହ ବ୍ୟବସାୟରେ ଦୁଇଥର ବିଫଳ ହୋଇଥିଲେ କିନ୍ତୁ ହାର୍ ମାନିନଥିଲେ। ତାଙ୍କର ପରବର୍ତ୍ତୀ ପ୍ରୟାସ ଥିଲା ‘ଜାର୍’ । ଯାହାକି ସେ 2021 ରେ ତାଙ୍କର ତୃତୀୟ ଉଦ୍ୟମ ଭାବରେ ଆରମ୍ଭ କରିଥିଲେ । ତାଙ୍କର ଫିଣ୍ଟେକ୍ ଷ୍ଟାର୍ଟଅପ୍ ଧାରଣା ଏତେ ସଫଳ ହୋଇଥିଲା ଯେ ବର୍ତ୍ତମାନ ‘JAR’ ବିଦେଶରେ ମଧ୍ୟ ଚର୍ଚ୍ଚା ହେଉଛି । ବେଙ୍ଗାଲୁରୁର ମୁଖ୍ୟ କାର୍ଯ୍ୟାଳୟରୁ ପରିଚାଳିତ ଜାରର ସକ୍ରିୟ ୟୁଜର କାଶ୍ମୀରରୁ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ବ୍ୟାପିଛନ୍ତି। ଏହି ଷ୍ଟାର୍ଟଅପ୍ ର ଅଧାରୁ ଅଧିକ ଉପଭୋକ୍ତା ଟିୟର ୱନ୍ ସହରର।  ଯେତେବେଳେ କି 35 ପ୍ରତିଶତ ଉପଭୋକ୍ତା ଟିୟର 2 ଓ ଅବଶିଷ୍ଟ  15 ପ୍ରତିଶତ ଉପଭୋକ୍ତା ଛୋଟ ସହରର । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହାର ଉପଭୋକ୍ତା ଆଧାରକୁ 5 କୋଟିକୁ ବୃଦ୍ଧି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

ଷ୍ଟାର୍ଟଅପ୍ ଆରମ୍ଭ ହେବାର ଠିକ୍ ଗୋଟିଏ ବର୍ଷ ପରେ ତାଙ୍କୁ 22.6 ନିୟୁତ ଡଲାରର ପୁଞ୍ଜି ମିଳିଲା।  ଯେଉଁଥିରେ ତାଙ୍କ କମ୍ପାନୀର ମୂଲ୍ୟ 300 ମିଲିୟନ୍ ଡଲାରରେ ପହଞ୍ଚିଥିଲା ​​ଅର୍ଥାତ୍ ପ୍ରାୟ 2463 କୋଟି । ଏବେ ମିସବାହଙ୍କ ସଫଳତାର ଶବ୍ଦ ସାରା ବିଶ୍ୱ ଶୁଣୁଛି। ମିସବାହ ଆଶ୍ରାଫ 2023 ବର୍ଷ ପାଇଁ ମୁକ୍ତିଲାଭ କରିଥିବା ‘ଫୋର୍ବସ୍ 30 ଅଣ୍ଡର 30’ ତାଲିକାରେ ସ୍ଥାନ ପାଇଛନ୍ତି।

Also Read- ୬ବର୍ଷ ପର୍ଯ୍ୟନ୍ତ ୧୮ଟଙ୍କାରେ ମାଜିଥିଲେ ବାସନ, ଏବେ ବର୍ଷକୁ ରୋଜଗାର ୩୦୦କୋଟି

   Related Posts