୩ ବର୍ଷ ଝିଅର ପାଟିରେ ବାଣ ରଖି ଫୁଟାଇଲେ ଯୁବକ ; ଝିଅର ଅବସ୍ଥା ସଙ୍କଟାପନ୍ନ
8/11/2018 at 2:09 PM

ମିରଟ ୮|୧୧: ତିନି ବର୍ଷର ଝିଅର ପାଟିରେ ବାଣ ରଖି ଫୁଟାଇଲେ ଯୁବକ । ବର୍ତ୍ତମାନ ସପୃକ୍ତ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି ।
ସୂଚନା ଅନୁସାରେ ଦୌରାଲା ରୋଡ୍ ଅନ୍ତର୍ଗତ ମିଲକ ଗାଁରେ ଦୀପାବଳିର ପୂର୍ବ ସନ୍ଧ୍ୟାରେ ଜଣେ ଯୁବକ ତିନି ବର୍ଷର ଝିଅ ପାଟିରେ ବାଣ ପୂରାଇ ଫୁଟାଇଦେବା ଫଳରେ ଝିଅଟି ଗୁରୁତର ହୋଇଥିଲା । ତୁରନ୍ତ ଝିଅଟିକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ଝିଅଟିର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତରମାନେ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତାକୁ ଖୋଜୁଛି।
ଝିଅର ବାପା ଶଶି କୁମାର ଅଭିଯୋଗରେ ସ୍ଥାନୀୟ ଯୁବକ ହର୍ପାଲ୍ଙ୍କ ନାଁ ଲେଖିଛନ୍ତି। ସେ ଘର ବାହାରେ ଖେଳୁଥିବା ଝିଅ ପାଖକୁ ଯାଇ ତା ପାଟିରେ ବାଣ ପୂରାଇ ଫୁଟାଇଦେଇଥିଲା । ଝିଅ ପାଟିରେ ବାଣ ଫୁଟିବାରୁ ସେ ଗୁରୁତର ଆହତ ହୋଇଥିଲା। ଝିଅଟି ଦେହରେ ୫୦ଟି ଷ୍ଟିଚ୍ ହୋଇଛି ଏବଂ ଗଳା ସଂକ୍ରମଣ ହେବାରୁ ତାର ଅବସ୍ଥା ସଙ୍କଟାପନ୍ନ ରହିଛି ।