'ଅଢେଇ ହଜାର ଟଙ୍କା ଦିଅ କରୋନା ନେଗେଟିଭ ରିପୋର୍ଟ ନିଅ, କେହି ଜାଣିବେନି': ହସ୍ପିଟାଲ ସିଲ, ମ୍ୟାନେଜରଙ୍କ ବିରୋଧରେ ମାମଲା

Published By : Prameya-News7 Bureau | July 06, 2020 IST

ମେରଠ ୦୬/୦୭ : କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢି ଚାଲିଛି | ଉତ୍ତର ପ୍ରଦେଶ ମେରଠ ସହରରେ ଅଢେଇ ହଜାର ଟଙ୍କାରେ କରୋନାର ନକଲି ନେଗେଟିଭ ରିପୋର୍ଟ ଦିଆଯାଉଥିଲା | ଏହି ଗୋରଖ ଧନ୍ଦା କେବେଠାରୁ ଚାଲୁଥିଲା ତାହା ଜଣାପଡିନାହିଁ | ଏହି ମାମଲାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିଲା | ହାପୁଡି ରୋଡ଼ ସ୍ଥିତ ନ୍ୟୁ ମେରଠ ହସ୍ପିଟାଲରେ ମ୍ୟାନେଜର ଶାହା ଆଲାମ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ସିଏମଓ ଡ.ରାଜକୁମାର ହସ୍ପିଟାଲର ଲାଇସେନ୍ସ ରଦ୍ଦ କରିଛନ୍ତି | ଜିଲ୍ଲା ଅଧିକାରୀ ଅନିଲ ଡିଙ୍ଗରାଙ୍କ ନିର୍ଦେଶରେ ହସ୍ପିଟାଲକୁ ସିଲ କରିବାକୁ ପ୍ରସ୍ତୁତି ଚାଲିଛି | ଲମ୍ବା ସମୟରେ ଏହି ଧନ୍ଦା ଚାଲିଥିବା ଆଶଙ୍କା କରାଯାଉଛି | ଅନେକ ଲୋକଙ୍କ ଠାରୁ ଟଙ୍କା ନେଇ କରୋନା ନେଗେଟିଭ ରିପୋର୍ଟ ମଧ୍ୟ ଦିଆଯାଇଛି |

{"id":296897,"sizeSlug":"large"}

ହାପୁଡି ରୋଡ଼ ସ୍ଥିତ ନ୍ୟୁ ମେରଠ ହସ୍ପିଟାଲରେ ମ୍ୟାନେଜର ଶାହା ଆଲାମ ଜଣେ ବ୍ୟକ୍ତିଙ୍କ ଠାରୁ ଅଢେଇ ହଜାର ଟଙ୍କା ନେଇ ଜୋର କରି କହିଥିଲା ଯେ ତାଙ୍କୁ କରୋନା ନେଗେଟିଭ ରିପୋର୍ଟ ଦିଆଯିବ | ଏହି ରିପୋର୍ଟ ଜିଲ୍ଲା ହସ୍ପିଟାଲରେ ପ୍ରସ୍ତୁତ ହେବ ଏବଂ ଏହି ରିପୋର୍ଟ ଉପରେ ଆଙ୍ଗୁଳି ଉଠିବ ନାହିଁ ବୋଲି ସେ କହିଥିଲେ | କାରଣ ରିପୋର୍ଟରେ ହସ୍ପିଟାଲରେ ମୋହର ଥିବ | ରିପୋର୍ଟ ଆଧାରରେ ଜଣେ ଯୁଆଡେ ବି ଚାହିଁଲେ ଯାଇପାରିବେ ଏବଂ ତାଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ପଡ଼ିବନି ବୋଲି ସେ କହିଥିଲେ | ଉକ୍ତ ବ୍ୟକ୍ତି ଜଣକ ଏହି କଥାବାର୍ତ୍ତାର ଏକ ଭିଡିଓ ରେକର୍ଡିଙ୍ଗ କରିଦେଇଥିଲେ ଏବଂ ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ | ସରକାରୀ ହସ୍ପିଟାଲ ସହ ଅନେକ ଘରୋଇ ହସ୍ପିଟାଲ ଯାଏଁ ମଧ୍ୟ ଏହାର ଚେର ଲମ୍ବିଥିବା ଆଶଙ୍କା କରାଯାଉଛି |

{"id":296900,"width":581,"height":379,"sizeSlug":"large"}

ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି ଯେ ହସ୍ପିଟାଲ କେଉଁ କରୋନା ପଜିଟିଭ ରୋଗୀକୁ ନେଗେଟିଭ ରିପୋର୍ଟ ଦେଇ ଦେଇନାହିଁ ତ ଏବଂ ସେ ଖୋଲାଖୋଲି ସମସ୍ତଙ୍କ ମଝିରେ ବୁଲୁନି ତ ? କରୋନା ପଜିଟିଭ ରୋଗୀ ସଂକ୍ରମଣ ଚେନକୁ ମଜବୁତ କରୁନି ତ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.