ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ନେଇ ଭାଇରାଲ୍‌ ଚିଠି କେତେ ସତ? ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | December 09, 2023 IST

ନୂଆଦିଲ୍ଲୀ: ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ନେଇ ହେଉଥିବା ଭାଇରାଲ ଚିଠି ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ।କହିଛନ୍ତି ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ କୌଣସି ଚିଠିରେ ଦସ୍ତଖତ କରିନାହାଁନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଉତ୍ତର ଆସିଛି।

ଏହି ଭାଇରାଲ ହେଉଥିବା ପୋଷ୍ଟରେ ଏକ ଚିଠି ରହିଛି।  ଯେଉଁଥିରେ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ପ୍ରଶ୍ନରେ କୁହାଯାଇଛି। ଏହି ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଲେଖୀଙ୍କ ପ୍ରତିକ୍ରିୟା ମଧ୍ୟ ଅନ୍ତର୍ଭୁକ୍ତ କରିଛି। ମୀନାକ୍ଷୀ ଲେଖୀ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରୀ ଏବଂ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ସାଂସଦ ଅଛନ୍ତି।

ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ସେହି ଭାଇରାଲ ପୋଷ୍ଟକୁ ରି-ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ଯେ ଆପଣଙ୍କୁ ଭୁଲ ସୂଚନା ଦିଆଯାଇଛି। ଏହି ପ୍ରଶ୍ନ ଏବଂ ଏହି ଉତ୍ତର ସମ୍ପର୍କିତ ମୁଁ କୌଣସି କାଗଜରେ ଦସ୍ତଖତ କରିନାହିଁ। ମୀନାକ୍ଷୀ ଲେଖୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

wp:html /wp:html

ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସାଂସଦ ଲେଖୀଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଯେ ମୀନାକ୍ଷୀ ଲେଖୀ ତାଙ୍କ ନାମରେ ଦିଆଯାଇଥିବା ଉତ୍ତରକୁ ଅସ୍ୱୀକାର କରୁଛନ୍ତି ଏବଂ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ କିଏ  ପ୍ରସ୍ତୁତ କରିଛି ସେ ବିଷୟରେ ତାଙ୍କର କୌଣସି ଜ୍ଞାନ ନାହିଁ। ଯଦି ଏହା ସତ ତେବେ ଏହା ଏକ ଆଇନ୍‌ର ଗୁରୁତର ଉଲ୍ଲଂଘନ ଏବଂ ପ୍ରଚଳିତ ଆଦର୍ଶର ଉଲ୍ଲଂଘନ।

ଭାଇରାଲ୍‌ ଚିଠିରେ କଂଗ୍ରେସ ସାଂସଦ କୁମ୍ବାକୋନମ୍ ସୁଧାକରନ୍ ପ୍ରଶ୍ନ କରିଛନ୍ତି ଯେ ହମାସକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ ଭାରତ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ଅଛି କି ନାହିଁ ଏବଂ ଇସ୍ରାଏଲ୍ ସରକାର ଏହି ପ୍ରସଙ୍ଗରେ କୌଣସି ଦାବି ଉପସ୍ଥାପନ କରିଛନ୍ତି କି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.