ଉପାନ୍ତ ଅଞ୍ଚଳର ପ୍ରତିଭା ମୀନା ସାନ୍ତା, "ଖେଲୋ ଇଣ୍ଡିଆ” ଭାରତ୍ତୋଳନରେ ପାଇଲେ ସ୍ଵର୍ଣ୍ଣ ପଦକ

Published By : Prameya-News7 Bureau | June 27, 2022 IST

ଉମରକୋଟ: ପ୍ରତିଭା କେବେ ଲୁଚି ରହେନା । ସେ ଉପାନ୍ତ ଅଞ୍ଚଳ ହେଉ ବା ସହରାଞ୍ଚଳ। ଆଉ ନିଜର ସାଧନା ଓ ଚେଷ୍ଟା ବଳରେ ସଫଳତାର ଶୀର୍ଷରେ କେହି ବି ପହଞ୍ଚିପାରେ । ଏପରି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ମାହାଣ୍ଡି ଗ୍ରାମର ମୀନା ସାନ୍ତା। ମୀନା ଭୁବନେଶ୍ଵର ସ୍ଥିତ KISS ଅନୁଷ୍ଠାନର ଦଶମ ଶ୍ରେଣୀର ଛାତ୍ରୀ । ମୀନା ନିକଟରେ ହିମାଞ୍ଚଳ ପ୍ରଦେଶରେ ହୋଇଥିବା "ଖେଲୋ ଇଣ୍ଡିଆ ଜାତୀୟ  ଭାରତ୍ତୋଳନ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

{"id":648121,"sizeSlug":"full","linkDestination":"none"}

ମୀନା ୧୭ ବର୍ଷରୁ କମ୍ ବିଭାଗ ରେ ୫୫ କାଟାଗୋରିରେ ୧୪୫ କେଜି ଓଜନର ଭାରତ୍ତୋଳନ ଉଠାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଉପାନ୍ତ ଅଞ୍ଚଳ ଉମରକୋଟ ପାଇଁ ଗୌରବ ଆଣିବା ସହ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପରେ ତାଙ୍କ ପରିବାର ଓ କୁର୍ମାହାଣ୍ଡି ଗ୍ରାମରେ ଖୁସିର ଲହରି ଦେଖିବାକୁ ମିଳିଛି । ମୀନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ସଫଳତା ପାଇଁ ମୀନା ନିଜ ଭାଇ, ବାପା ଓ ପରିବାର ସଦସ୍ୟ ଙ୍କ ସହ ନିଜ କୋଚ୍ ମାନଙ୍କୁ ଶ୍ରେୟ ଦେଇଛନ୍ତି।

{"id":648122,"sizeSlug":"full","linkDestination":"none"}

କିଛି ପାଇବାକୁ ହେଲେ କିଛି କଷ୍ଟ ମଧ୍ୟ ସହିବାକୁ ପଡ଼ିବ ବୋଲି କହିଛନ୍ତି ମୀନା । ଆଗକୁ ସେ ଅଲିମ୍ପିକ ରେ ଭାଗ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ସହ ଯୁବପିଢିଙ୍କୁ ଭାରତ୍ତୋଳନ ସହ ଅନ୍ୟାନ୍ୟ ଖେଳ ରେ ଆଗ୍ରହ ପ୍ରକାଶ କରି ନିଜ ଅଞ୍ଚଳ ତଥା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସଂଦେଶ ଦେଇଛନ୍ତି । ମୀନା ଙ୍କ ଏହି ସଫଳତାରେ ଗ୍ରାମବାସୀ ବହୁତ୍ ଖୁସି ଜାହିର କରିଛନ୍ତି । ଏଥି ସହ ସରକାରଙ୍କୁ ନିବେଦନ କରିଛନ୍ତି କି ମୀନା ଙ୍କୁ ଯଦି ସରକାରୀ  ପ୍ରଛାହନ ସହ କିଛି ସାହାଯ୍ୟ ମିଳିଲେ ସେ ଆଗକୁ ଯାଇ ରାଜ୍ୟ ଓ ଦେଶ ପାଇଁ ଅଧିକ ଗୌରବ ଆଣି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.