suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମି ଠୁ କ୍ୟାମ୍ପେନ ନେଇ ହୋ ହଲ୍ଲା ଆରମ୍ଭ,ଘନେଇବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବରଙ୍କ ନାଁରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ମାମଲା

14/10/2018 at 9:33 PM

ନୂଆଦିଲ୍ଲୀ;୧୪/୧୦- କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ମି ଠୁ କ୍ୟାମ୍ପେନ ନେଇ ହୋ ହଲ୍ଲା ଆରମ୍ଭ ହେବା ଦିନ ଠାରୁ ଏମ ଜେ ଆକବରଙ୍କ ନାଁରେ ନାନାଦି କଥା ଶୁଣିବାକୁ ମିଳୁଛି। ସେବେଠାରୁ ବିଦେଶ ଗସ୍ତରେ ଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ ଜେ ଆକବର ଆଜି ଦିଲ୍ଲୀ ଫେରିଛନ୍ତି । ସେବେଠାରୁ ତାଙ୍କ ବୟାନ ଜାଣିବା ଲାଗି ରହିଛନ୍ତି ସାମ୍ବାଦିକମାନେ । ମି ଠୁ ନାରା ଭାରତକୁ ଆସିବା ଦିନଠାରୁ ଆକବରନାମା ବି ଜୋରେ ବାଜୁଛି । ଘନେଇବାରେ ଲାଗିଛି କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବରଙ୍କ ନାଁରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ମାମଲା । ଆଉ ସେବେଠାରୁ ବିଦେଶ ଗସ୍ତରେ ଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ ଜେ ଆକବର ଆଜି ନୂଆଦିଲ୍ଲୀ ଫେରିଛନ୍ତି। ଆକବର ଆସୁଥିବା ଶୁଣି ତାଙ୍କୁ ଅପେକ୍ଷା କରି ରହିଥିଲେ ସାମ୍ବାଦିକମାନେ। ଆଉ ଏ ହେଉଛି ନୂଆ ଦିଲ୍ଲୀ ବିମାନ ବନ୍ଦରର ଭିଜୁଆଲ। ସାମ୍ବାଦିକମାନେ ତାଙ୍କଠାରୁ ଜବାବ ଚାହିଁଥିଲେ। ଏମ ଜେ କହିଥିଲେ ଏବେ ନୁହେଁ ଜଣେ ନୁହେଁ କି ଦି ଜଣ ନୁହେଁ ୯ ଜଣ ମହିଳା ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଆଉ ସୋସିଆଲ ମିଡିଆରେ ଏହି ପ୍ରଚାର ମାଡ଼ିବା ପରେ, କେନ୍ଦ୍ର ସରକାର ଏବଂ ଭାରତୀୟ ଜନତା ପାର୍ଟି ଚାପରେ ରହିଛି । କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧି ମଧ୍ୟ ଏହାର ତଦନ୍ତ ଉପରେ ଜୋର ଦେଇଛନ୍ତି। ପରେ ପରେ ବିଜେପି ସଭାପତି ମଧ୍ୟ ଏହାର ତଦନ୍ତ ହେବ କହିଛନ୍ତି। ଏମିତି ତିତଲି ଝଡ଼ ଲାଗି ରହିଥିବା ବେଳେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆକବର। ଖାଲି ସେତିକି ନୁହେଁ ଆକବର ଯେ ଇସ୍ତଫା ଦେଇଛନ୍ତି ସେନେଇ ଚର୍ଚ୍ଚା ବି ହେଉଛି। ଏଣୁ ବିମାନବନ୍ଦରରୁ ତାଙ୍କ ଘର ତାଙ୍କ ପଛେ ପଛେ ଏବଂ ତାଙ୍କ ଘର ସାମ୍ନାରେ ଜଗି ରହିଛନ୍ତି ସାମ୍ବାଦିକମାନେ। ସେପଟେ ବିରୋଧୀ ଦାବି କରିଥିଲେ ଇସ୍ତଫା।

   Related Posts