scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡିଶା ପରେ ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା, ଟ୍ରାକ୍‌ରୁ ଖସିଲା ମେଦିନୀପୁର-ହାୱାଡା ପାସେଞ୍ଜର୍ ଟ୍ରେନ୍

11/06/2023 at 9:18 AM

ନୂଆଦିଲ୍ଲୀ ୧୧।୦୬: ବାହାନଗା ଟ୍ରେନ ଦୁର୍ଘଟଣାକୁ ୧୦ଦିନ ପୁରିନଥିବା ବେଳେ ଏବେ ଆଉ ଏକ ଟ୍ରେନ ଦୁର୍ଘଟଣା ହୋଇଛି । ଓଡିଶା ପରେ ପଶ୍ଚିମବଙ୍ଗରେ ହୋଇଛି ଏହି ଟ୍ରେନ୍ ଦୁର୍ଘଟଣା । ମେଦିନୀପୁରରୁ ହାୱାଡାକୁ ଯାଉଥିବା ଏକ ଲୋକାଲ୍ ପାସେଞ୍ଜର୍ ଟ୍ରେନ୍ ଟ୍ରାକରୁ ଖସିଯାଇଛି । ଏହି ଦୁର୍ଘଟଣା ଶନିବାର ରାତି ପ୍ରାୟ ୧୦ଟା ସମୟରେ ଖଡଗପୁରରେ ପ୍ରବେଶ କରିବା ପୂର୍ବରୁ ଗିରି ମଇଦାନରେ ହିଁ ହୋଇଛି । ଦୁର୍ଘଟଣାରେ କେହି ପ୍ରାଣ ହରାଇ ନଥିବା ସୂଚନା ମିଳିଛି । ଅନ୍ୟପଟେ ରେଳ ଅଧିକାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣା ଉପରେ ରଖିଛନ୍ତି ନଜର।

ଜୁନ୍ ୨ରେ ଓଡିଶାର ବାଲେଶ୍ବରରେ ହୋଇଥିବା ବଡ ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ଚକିତ କରିଛି । ଏଥିରେ ୨୮୮ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ, ଏଥିରେ ହଜାର ହଜାର ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏସଏମଭିଟି ବେଙ୍ଗାଲୁରୁ- ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ବି  କରମଣ୍ଡଳକୁ ଦେଇଥିଲା ଧକ୍କା । ଯେଉଁ କାରଣରୁ ହୋଇଥିଲା ଏତେ ବଡ ଦୁର୍ଘଟଣା । ସେହି ଦୁର୍ଘଟଣାକୁ ଆଜିକୁ ହୋଇଛି ୧୦ ଦିନ ।  
You Can Read:

   Related Posts