ଅଲ୍-ଶିଫା ହସ୍ପିଟାଲରୁ ଇଜିପ୍ଟ ଗଲେ ୨୮ ନବଜାତ ଶିଶୁ, ସୁରକ୍ଷାରେ ଦୃଷ୍ଟିରୁ ନିୟୋଜିତ ଥିଲେ ସେନା ଓ ଡାକ୍ତରୀ ଟିମ୍
20/11/2023 at 9:44 PM

ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ ଯୁଦ୍ଧର ଆତଙ୍କ ଭିତରେ ନିରୀହ ଜୀବନ ବାଜିରେ ଲାଗିଛି। ଅଲ୍ ଶିଫା ହସ୍ପିଟାଲ ଖାଲି କରିବା ରୋଗୀଙ୍କୁ ସ୍ଥାନାନ୍ତର କରିବା ଏବେ ଚାଲେଞ୍ଜ ପାଲଟିଛି। କାହିଁକିନା ଅନ୍ୟ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ତ ଦୂରର କଥା, ପାଦ ପକାଇବାକୁ ଜାଗା ନାହିଁ। ଏଭଳି ସ୍ଥଳେ ୨୮ ପ୍ରିମାଚ୍ୟୁୟର ଶିଶୁଙ୍କୁ ଇଜିପ୍ଟ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରେ ବିସ୍ଫୋରଣ ହେବା ପରେ ସେଠାରେ ଇନ୍ଧନ ଯୋଗାଇବା ସମ୍ଭବ ହୋଇନଥିଲା।
ଇଜିପ୍ଟ ସୀମାରେ ନେବାବେଳେ ଉଭୟ ପକ୍ଷରୁ ଡାକ୍ତର ଓ ସେନା ନିୟୋଜିତ ଥିଲେ। ଆମ୍ବୁଲାନ୍ସ ସହାୟତାରେ ଅତି ଯତ୍ନର ସହ ୨୮ ଶିଶୁଙ୍କୁ ସୀମା ପାର୍ କରାଯାଇଥିଲା। ତେବେ ଆବଶ୍ୟକତା ଅନୁଯାଯୀ କାର୍ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଥିଲା।
ତେବେ ପୂର୍ବରୁ ୩୧ ଜଣଙ୍କୁ ଅଲ୍ଶିଫା ହସ୍ପିଟାଲରୁ ଦକ୍ଷିଣ ଗାଜା ମାଟ୍ରନିଟି ହସ୍ପିଟାଲକୁ ନିଆଯାଇଥିଲା। ଏନେଇ ଅଲ-ଏମାରାଇତି ହସ୍ପିଟାଲର ଡାକ୍ତର କହିଛନ୍ତି ଯେ କିଛି ଶିଶୁ ହୃଦ୍ରୋଗର ଆଶଙ୍କା ରହିଛି। ସେମାନେ ଚିକିତ୍ସାଧିନ ଅଛନ୍ତି। ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଶିଶୁଙ୍କ ସହ ସେମାନଙ୍କ ମାଆ ମଧ୍ୟ ସୁରକ୍ଷିତ ଅଛନ୍ତି। ଗାଜାର ଅଲ-ଶିଫା ହସ୍ପିଟାଲରେ ଇସ୍ରାଏଲ ସେନାର ଉପସ୍ଥିତି ଯୋଗୁଁ ହସ୍ପିଟାଲରେ ଥିବା ୨୯୧ ରୋଗୀଙ୍କ ମଧ୍ୟରୁ ୩୨ ଜଣଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗମ୍ଭୀର ରହିଛି। ଏଭଳି ଅଭିଯୋଗ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ମିଳିତ ଜାତିସଂଘର ମିଳିତ ଟିମ୍।
ସୂଚନାଯୋଗ୍ୟ ଶନିବାର ଅଲ-ଶିଫାର ଜଣେ ଡାକ୍ତର ଦାବି କରିଛନ୍ତି ଯେ ଡାକ୍ତରଖାନା ଖାଲି କରିବାକୁ ଇସ୍ରାଏଲ ସେନା ଏକ ଘଣ୍ଟା ସମୟ ଦେଇଛି। ଏହି ଖବର ପରେ ଡାକ୍ତରଖାନାରୁ ପଳାୟନ କରୁଥିବା ଲୋକଙ୍କ ଫଟୋ ମଧ୍ୟ ପ୍ରକାଶ ପାଇଥିଲା।
ହମାସ ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗାଜାର ଅଲ୍-ଶିଫା ହସ୍ପିଟାଲ୍ । ହସ୍ପିଟାଲ ତଳେ ଥିବା ସୁଡ଼ଙ୍ଗ ଭିତରେ ଆତଙ୍କବାଦୀ ସେଣ୍ଟର ଚାଲୁଛି । ଏହା ପ୍ରମାଣ ପୁଣି ଥରେ ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଅଲ-ଶିଫା ହସ୍ପିଟାଲ ପରିସରରେ ୫୫ ମିଟର ଲମ୍ବର ସୁଡ଼ଙ୍ଗ ଠାବ କରିଛି ଆଇଡିଏଫ ।