ରାଜ୍ୟର ପ୍ରଥମ ଜିଲ୍ଲାରେ ଉନ୍ନତ ସେବା, ଡ୍ରୋନରେ ହସ୍ପିଟାଲ ପଠାଗଲା ଔଷଧ

Published By : Prameya-News7 Bureau | November 18, 2023 IST

ରାୟଗଡା ୧୮/୧୧: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କଲା ରାୟଗଡା ଜିଲ୍ଲା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନରେ ପରିବହନ ହେଲା ଜୀବନ ରକ୍ଷାକାରି ଔଷଧ । ଯାହାକୁ ପରୀକ୍ଷାମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତରଖାନାକୁ ଔଷଧ ପଠାଯାଇଛିଁ । ଏହାଦ୍ୱାରା ସମୟ ଅପଚୟ ସହ ରୋଗୀଙ୍କୁ ଖର୍ଚାନ୍ତରୁ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥର ଡ୍ରୋନ୍ ମାଧ୍ୟମରେ ବିତରଣ ହେବ ଜୀବନ ରକ୍ଷାକାରୀ ଔଷଧ । କମ୍ ସମୟରେ ଔଷଧ ଗୋଟିଏ ବ୍ଲକରୁ ଅନ୍ୟ ଏକ ବ୍ଲକକୁ ଯାଇପାରିବ । ଆଦିବାସିୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଦୂର୍ଗମ ଅଚଂଳରେ ସ୍ବାସ୍ଥ୍ୟସେବାକୁ ଅଧିକ ବିସ୍ତାରିତ କରିବା ପାଇଁ ବାରିଝୋଲା ସ୍ଥିତ ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୟ୍ୟୁଏସଆଇଡି ସମର୍ଥିତ ସର୍ମିଧି ଏବଂ ଆଇପିଇ ଗ୍ଲୋବାଲ ଦ୍ବାରା କାର୍ଯ୍ୟକାରୀ ସଂସ୍ଥା ରେଡଓିଙ୍ଗ୍ ଭଳି ଅଗ୍ରଣି ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ସ୍ବାସ୍ଥ୍ୟସେବା ଡ୍ରୋନ ବିତରଣ ନେଟଓାର୍କର ଶୂଭାରମ୍ଭ କରାଯାଇଛି ।

ଏହାକୁ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ଡ୍ରୋନ ୧ କେଜି ୫୦୦ ଗ୍ରାମ ଓଜନର ଔଷଧ ବୋହି ନେଇପାରିବାର କ୍ଷମତା ରଖିଛି । ଆଜି ଦୀର୍ଘ ୪୫ କିମି ଗୁଡାରୀ ଡାକ୍ତରଖାନାକୁ ମାତ୍ର ୩୫ ମିନିଟ୍ରେ ଔଷଧ ପହଚାଂଇପାରିଛି ଏହି ଡ୍ରୋନ । ଏହାଦ୍ବାରା ରୋଗି ଓ ରୋଗୀଙ୍କ ସଂପର୍କିୟ ଅଧିକ ଖର୍ଚାନ୍ତରୁ ଏବଂ ସମୟ ଅପଚୟରୁ ରକ୍ଷାପାଇପାରିବେ । ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପ୍ରାୟ ୭୦ ପ୍ରକାର ପରିକ୍ଷା କରାଯାଉଥିବା ବେଳେ ଅନ୍ୟ ବ୍ଳକର ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ସମ୍ଭବପର ନୁହେଁ ।

ଯାହାଦ୍ବାରା ରୋଗୀ ଓ ରୋଗୀଙ୍କ ସଂପର୍କିୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆସିବା ଦ୍ବାରା ଅଧିକ ଖର୍ଚାନ୍ତ ହେବା ସହ ସେମାନଙ୍କ ମୂଲ୍ୟବାନ ସମୟ ଅପଚୟ ହଉଥିଲା । ତେବେ ଏହି ପରୀକ୍ଷା ସଫଳ ହେଲେ ଜିଲ୍ଲାର ଅନ୍ୟ ବ୍ଳକର ଦୂର୍ଗମ ଅଚଂଳକୁ ପର୍ଯ୍ୟାୟକ୍ରମେ ଔଷଧ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ପଠାଯିବା ନେଇ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲାପାଳ ସ୍ୱାଧାଦେବ ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.