ବନ୍ଦ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ସମସ୍ତ ଔଷଧ ଦୋକାନ ବନ୍ଦ
28/09/2018 at 9:37 AM

ଜଗତସିଂହପୁର ୨୮/୯ : ବିଭିନ୍ନ ଦଫା ଦାବି ନେଇ ଆଜି ସାରା ଦେଶରେ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ପକ୍ଷରୁ ଔଷଧ ଦୋକାନ ଗୁଡିକ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଔଷଧ ଦୋକାନ ଗୁଡିକ ବନ୍ଦ ରହିଛି । ସକାଳୁ ସମସ୍ତ ଔଷଧ ଦୋକାନ ଗୁଡିକରେ ତାଲା ଝୁଲୁଥିବା ବେଳେ ମେଡିକାଲକୁ ଆସୁଥିବା ରୋଗୀମାନେ ଆଶଙ୍କାରେ ପଡିଛନ୍ତି । ଜଗତସିଂହପୁର ସହ ବାଲିକୁଦା, ନାଉଗାଁ,ପାରାଦୀପ,ରଘୁନାଥପୁର ,ମଣିଜଙ୍ଗା, ବିରିଡି,ମାଛଗାଁ ଆଦି ସ୍ଥାନ ସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଔଷଧ ଦୋକାନ ଗୁଡିକ ବନ୍ଦ ରହିଥିବାର ଦେଖା ଯାଇଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023