ଏପ୍ରିଲ ପହିଲା ଠାରୁ ବଢିବ ଔଷଧ ମୂଲ୍ୟ: ପେନ୍ କିଲର୍ସ, ଆଣ୍ଟିବାୟୋଟିକ୍ ଓ ହୃଦ୍ରୋଗ ଔଷଧ ହେବ ମହଙ୍ଗା
28/03/2023 at 8:46 PM

ନୂଆଦିଲ୍ଲୀ: ଏପ୍ରିଲ ପହିଲା ଠାରୁ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ବିଜେପି ସରକାରରେ ଦେଶର ଜନତା ମହଙ୍ଗାମାଡ଼ ସହୁଥିବା ବେଳେ ନିତ୍ୟା ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ସବୁଥିରେ ଦର କାହିଁରେ କେତେ।
ସବୁଠାରୁ ବେଶି ବାଧୁଛି ସ୍ୱାସ୍ଥ୍ୟ ଖର୍ଚ୍ଚ ବୃଦ୍ଧି। ପୂର୍ବରୁ ଅନେକ ଔଷଧର ମୂଲ୍ୟ ବଢ଼ିଥିବା ବେଳେ ଏବେ ପୁଣି କିଛି ଅତି ଦରକାରୀ ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଏପ୍ରିଲ ପହିଲା ଠାରୁ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି। ପେନ୍ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ ଔଷଧର ମୂଲ୍ୟ ଏପ୍ରିଲ ପହିଲାରୁ ୧୨ ପ୍ରତିଶତ ବଢ଼ିବ।

ଗତବର୍ଷ ଏପ୍ରିଲ ପହିଲାରେ ମଧ୍ୟ ୮୦୦ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ବୃଦ୍ଧି ହୋଇଥିଲା। ରାଷ୍ଟ୍ରୀୟ ଔଷଧୀ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ(NPPA) ଖୁଚୁରା ମୂଲ୍ୟ ସୂଚକାଙ୍କରେ ପରିବର୍ତ୍ତନ(ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ WPI) କରିବାକୁ ଘୋଷଣା କରିଥିଲା। ଏଥିପାଇଁ ମୂଲ୍ୟ ବୃଦ୍ଧି ହୋଇଥିଲା।

ପଢ଼ନ୍ତୁ- ୧୮ ଫାର୍ମା କମ୍ପାନୀ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବାରୁ ରଦ୍ଧ କଲେ ଲାଇସେନ୍ସ
ସୂଚନା ଅନୁସାରେ, ଔଷଧ ନିୟନ୍ତ୍ରଣ ନିର୍ଦ୍ଦେଶ ୨୦୧୩ ଓ ଡିପିସିଓ ୨୦୧୩ ଅନୁସାରେ ପ୍ରତିବର୍ଷ NPPA ଖୁଚୁରା ମୂଲ୍ୟ ସୂଚକାଙ୍କ(WPI)ରେ ପରିବର୍ତ୍ତନ ନେଇ ଘୋଷଣା କରିଥାଏ। ଏହା ନିର୍ଦ୍ଧାରିତ ଔଷଧ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଏନ୍ପିପିଏ ଏହାର ନିୟନ୍ତ୍ରଣ କରିଥାଏ। ତେବେ ଅଣନିର୍ଦ୍ଧାରିତ ଔଷଧ ମୂଲ୍ୟ ସ୍ଥିରିକୃତ କରିବା ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ବାର୍ଷିକ ୧୦ ପ୍ରତିଶତ ବୃଦ୍ଧି କରିାକୁ ଅନୁମତି ମିଳିଛି।
ଏପ୍ରିଲ ପହିଲାରେ ଯଦି ନିର୍ଦ୍ଧାରିତ ଔଷଧର ମୂଲ୍ୟ ବଢ଼େ ତେବେ ଲଗାତର ଦ୍ୱିତୀୟ ବର୍ଷ ହେବ ଅଣନିର୍ଦ୍ଧାରିତ ଔଷଧ ମୂଲ୍ୟ ଠାରୁ ଏହାର ମୂଲ୍ୟ ବୃଦ୍ଧି ହେବ। ନିର୍ଦ୍ଧାରିତ ଔଷଧ ଜାତୀୟ ଅତ୍ୟାବଶକୀୟ ଔଷଧ ତାଲିକାରେ ତାଲିକାଭୁକ୍ତ ଅଛି।

ନିର୍ଦ୍ଦେଶ ଅନୁସାରେ ଔଷଧ ନିୟନ୍ତ୍ରକ ପ୍ରତିବର୍ଷ WPIରେ ପରିବର୍ତ୍ତନ କରନ୍ତି। ପରିବର୍ତ୍ତନ ହେବା ପରେ ଔଷଧ କମ୍ପାନୀଗୁଡ଼ିକ ଔଷଧର ମୂଲ୍ୟ ବୃଦ୍ଧି କରନ୍ତି। ମୂଲ୍ୟ ବୃଦ୍ଧି ହେବା ପରେ ୮୦୦ରୁ ଅଧିକ ପ୍ରକାରର ଔଷଧର ମୂଲ୍ୟ ବଢ଼ିଥାଏ। ତେବେ କେନ୍ଦ୍ର ସରକାରଙ୍କର ଅନୁମତି କ୍ରମେ ଏପରି ମୂଲ୍ୟ ନିର୍ଦ୍ଧାରିତ କରାଯାଇଥାଏ। ୨୦୨୨ରେ ମଧ୍ୟ ୧୨.୧୨ ପ୍ରତିଶତ ମୂଲ୍ୟ ବୃଦ୍ଧି କେନ୍ଦ୍ର ସରକାରଙ୍କର ଜ୍ଞାତସାରରେ ହୋଇଥିଲା। ଚଳିତ ବର୍ଷ ଏପ୍ରିଲରୁ ୨୭ ଉପଚାରରେ ଲାଗୁଥିବା ୩୮୪ ମଲିକୁଲର ମୂଲ୍ୟ ୧୨ ପ୍ରତିଶତ ବଢ଼ିପାରେ।

ପଢ଼ନ୍ତୁ- ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ
ସୂଚନା ଥାଉକି ୨୦୨୧ରେ WPI ୦.୫୩ ପ୍ରତିଶତ, ୨୦୨୦ରେ ୧.୮୮ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ୨୦୧୯ ଓ ୨୦୧୮ରେ ଯଥାକ୍ରମେ ୪.୨୬ ପ୍ରତିଶତ ଓ ୩.୪୩ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଥିଲା।