ମିସ୍ରୀର ରହିଛି ଅନେକ ଔଷଧିୟ ଗୁଣ, ଦୂର କରିପାରେ ନପୁଂସକତା
21/05/2019 at 2:58 PM

ଘରେ ଠାକୁରଙ୍କ ପୂଜାରେ ବ୍ୟବହାର ହେଉଥିବା ମିସ୍ରୀ ଯେ ଏକ ଉପକାରୀ ଔଷଧ ହୁଏତ ଖୁବ୍ କମ୍ ଜାଣିଥିବେ। କେବଳ ଠାକୁରଙ୍କ ପୂଜାରେ ନୁହେଁ ଓଡିଆ ଘରେ ଓଷା ଉପବାସରେ ମିସ୍ରୀର ଖୋଜା ପଡିଥାଏ। ଠାକୁରଙ୍କୁ ଭୋଗଲାଗି ବ୍ୟତୀତ ମିସ୍ରୀକୁ ଆମେ ପଣା କରି ପିଇଥାଏ। ଏହାର ଔଷଧିୟ ଗୁଣ ଯୋଗୁ ମଧୁ ମେହ ରୋଗୀ ବି ମିସ୍ରୀ ସେବନ କରିପାରନ୍ତି । ତେବେ ଆସନ୍ତୁ ଜାଣିବା ମିସ୍ରୀର ଔଷଧିୟ ଗୁଣ।

ସାଧାରଣ ଦେଖାଯାଉଥିବା ଶ୍ବେତ ମିଠା ଖଣ୍ଡ ଯେ ନପୁଂସକତା ଦୂର କରିପାରେ କେହି ବିଶ୍ବାସ ବି କରିପାରିବେନି। ଏଭଳି ସମସ୍ୟା ଗ୍ରସିତ ଲୋକେ ଚିକିତ୍ସା ବାବଦ ବିଶେଷ ବ୍ୟୟ କରିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ଖୀରରେ ମିସ୍ରୀ ଓ କେସର ଗୋଳି ନିୟମିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇ ପୁଣି ନବ ଯୌବନ ପ୍ରାପ୍ତ କରନ୍ତି। କେବଳ ନପୁଂସକତା ନୁହେଁ ମୁଖର ଦୁର୍ଗନ୍ଧ ଦୂର କରିବାକୁ ଲୋକେ ମିସ୍ରୀ ଉପଯୋଗ କରନ୍ତି। ମାଉଥ ଫ୍ରେସନର ଭାବେ ମିସ୍ରୀ ବେଶ ଉପଯୋଗୀ।

କେବଳ ଏତିକି ନୁହେଁ ମିସ୍ରୀ ଯୋଗୁ ମସ୍ତିଷ୍କର ଶକ୍ତି ବୃଦ୍ଧି ହୋଇଥାଏ। ଯାହା ଆପଣ ନିଜେ ମଧ୍ୟ ଯାଞ୍ଚ କରିପାରନ୍ତି। ମିସ୍ରୀ ଗୁଣରେ ମିଠା । ହେଲେବି ମଧୁମେହ ରୋଗୀଙ୍କୁ ଡାକ୍ତର କେବେ ବି ମିସ୍ରୀ ଖାଇବାକୁ ମନା କରିନଥାଏ। ତେବେ ସର୍କରା ଜାତୀୟ ଅନ୍ୟ ସମସ୍ତ ମିଠା ଦ୍ରବ୍ୟ ଓ ଫଳ ଖାଇବାକୁ ଡାକ୍ତର ମଧୁମେହ ରୋଗୀଙ୍କୁ ମନା କରିଥାନ୍ତି। ମିସ୍ରୀ ରକ୍ତଚାପ ନିୟନ୍ତ୍ରିତ କରି ମଧୁମେହ ନିରାକରଣରେ ସହାୟତା କରିଥାଏ। ମିସ୍ରୀରେ ଅନେକ ଖଣିଜ ସାମଗ୍ରୀ ଭରି ରହିଛି । ପିଲାମାନଙ୍କୁ ମିସ୍ରୀ ଦେଲେ ସେମାନଙ୍କ ଶାରୀରକ ବିକାଶ ସହ ମସ୍ତିଷ୍କ ମଧ୍ୟ ପ୍ରଖର ହୋଇଥାଏ। ମିସ୍ରୀ ତ୍ବଚାର ରଙ୍ଗ ଉଜ୍ଜ୍ବଳ କରିଥାଏ। ଚାରେ ଚିନି ବଦଳେ ମିସ୍ରୀ ବ୍ୟବହାର କଲେ ସ୍ବାସ୍ଥ୍ୟ ଉପରେ ଚାର କୁପ୍ରଭାବ ରହିନଥାଏ।