ଡାକ୍ତରଙ୍କ ଅନୁପସ୍ଥିତ ନେଇ ଡାକ୍ତରଖାନାରେ ତାଲା ପକାଇଲେ ସ୍ଥାନୀୟଲୋକ

Published By : Prameya-News7 Bureau | November 23, 2019 IST

ଭଦ୍ରକ ୨୩।୧୧:  ଡାକ୍ତରଖାନାରେ  ତାଲା ପକାଇଲେ ସ୍ଥାନୀୟଲୋକ । ଭଦ୍ରକ ଜିଲ୍ଲା  ଧୂସୂରୀ  ଡାକ୍ତରଖାନାରେ ଡାକ୍ତରଙ୍କ   ଅନୁପସ୍ଥିତ ନେଇ ସ୍ଥାନୀୟଲୋକେ ତାଲା ପକାଇଛନ୍ତି ।

{"id":188624,"sizeSlug":"large"}

ସୂଚନାଯୋଗ୍ୟ ଯେ, ଡାକ୍ତରଖାନା ଦାୟିତ୍ବରେ ଥିବା ଡାକ୍ତର ମାନେ ଠିକ ସମୟରେ ଆସୁନଥିବାର ଅଭିଯୋଗ ହୋଇଆସିଛି । ଆଜି ସ୍ଥାନୀୟଲୋକେ ବହୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କୌଣସି ଡାକ୍ତର ଆସିନଥିଲେ , ଶେଷରେ ଲୋକ ଡାକ୍ତରଖାନାରେ ତାଲା ପକାଇଛନ୍ତି ।  ମେଡିକାଲରେ ତାଲା ପକାଇଥିବା ଖବର ପାଇ ଧାମନଗର ତହସିଲଦାର ଓ ଧାମନଗର ମେଡିକାଲ ଇନଚାର୍ଜ ଘଟଣାସ୍ଥଳକୁ ଆସି  ବୁଝାସୁଝା କରିବା ପରେ ଲୋକେ ତାଲା ଖୋଲିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.