ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ : ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 11, 2022 IST

ପୁରୀ ୧୧।୦୪ : ଲୋକାର୍ପଣ ହେବ ପୁରୀ ବାଲିଗୁଆଳି ଠାରେ ନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଲୋକାର୍ପଣ କରିବେ। ପ୍ରଥମ ବ୍ୟାଚରେ ଆଡମିଶନ କରିଥିବା ଶହେ ଜଣ MBBS ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଖବର ଅନୁଯାୟୀ, ବହୁ ପ୍ରତୀକ୍ଷାର ଅନ୍ତ ଘଟିବ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ। ସୋମବାର ଅପରାହ୍ଣ ୫ଟାରେ ମେଡିକାଲ କଲେଜ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ସେଠାରୁ ମେଡିକାଲ କଲେଜକୁ ଯାଇ ଲୋକାର୍ପଣ ଉତ୍ସବରେ ଯୋଗଦେବେ ନବୀନ। ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦିନର ପାଠପଢ଼ା ସହ ବିଭିନ୍ନ ବ୍ୟବସ୍ଥା ବିଷୟରେ ପଚାରି ବୁଝିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଏସପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

{"id":612486,"sizeSlug":"full","linkDestination":"none"}

ରବିବାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ପ୍ରଥମ ବ୍ୟାଚ୍ ପାଇଁ ଶହେ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଥିବା ବେଳେ ପାଠପଢା ପାଇଁ ସମସ୍ତ କ୍ଲାସ ରୁମ୍ ସେମାନଙ୍କୁ ଅପେକ୍ଷା କରିଥିବା ବିଦ୍ୟାର୍ଥୀ କହିଛନ୍ତି। ମେଡିକାଲ କଲେଜରେ ପଢାଇବା ପାଇଁ ୧୫୦ ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ମଧ୍ୟ ଯୋଗ ଦେଇ ସାରିଛନ୍ତି।

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଗତକାଲି ନାମ ଲେଖା ଶେଷ ହୋଇଥିବା ବେଳେ ପ୍ରଥମ ବ୍ୟାଚରେ ୭୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ମେଡିକାଲ କଲେଜର କ୍ୟାମ୍ପସ ପାଖରେ ମେଡିକାଲର ନିଜସ୍ଵ ଡାକ୍ତରଖାନା ନିର୍ମାଣ ଚାଲିଥିବା ବେଳେ ଖୁବଶିଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.