ଚାରିଦିନିଆ ନିଶୁଳ୍କ ବୃତ୍ତିଗତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

Published By : Prameya-News7 Bureau | May 18, 2022 IST

ରାଇରଙ୍ଗପୁର ୧୮।୦୫: ଚାରିଦିନିଆ ନିଶୁଳ୍କ ବୃତ୍ତିଗତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ । ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଠାରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋରୁମହିଷାଣି ଲୌହଖଣି, ବାଦାମପାହାଡ଼ ଲୌହଖଣି ଓ ମୟୁର ମେଟାଲ କାରଖାନାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ ଏହାକୁ ଉଦ୍‌ଘାଟନ କରିଛନ୍ତି ।

{"id":630479,"sizeSlug":"full","linkDestination":"none"}

ସେହିପରି ଏହି ଶିବିର ଭୁବନେଶ୍ୱର ସ୍ଥିତ ଉତ୍କଳ ପୋଲି କ୍ଲିନିକ ବୃତ୍ତିଗତ ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଉଥିବା ବେଳେ ଅଭିଜ୍ଞ ଡାକ୍ତର ତଥା ଟେକ୍ନିସିଆନଙ୍କ ଦ୍ଵାରା ରକ୍ତ, ଚକ୍ଷୁ, ଶ୍ରବଣ, ଯକୃତ, ହୃଦରୋଗ ପ୍ରଭୁତି ରୋଗପାଇଁ ବିଭିନ୍ନ ପରୀକ୍ଷା ସବୁ ନିଶୁଳ୍କରେ କରାଯାଉଛି।ବିଶେଷ ଭାବରେ ଖଣି ଓ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସ୍ବାସ୍ଥ୍ୟ ସଚେତନା ସୃଷ୍ଟି କରିବା ଲକ୍ଷ୍ୟ ଏହି ଶିବିର ଆୟୋଜିତ ହୋଇଥିବା ଖଣି ପ୍ରବନ୍ଧକ ବିକାଶ ରଂଜନ ନାଏକ ସୂଚନା ଦେଇଛନ୍ତି।

{"id":630480,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.