କରୋନା ସହ ଲଢ଼ିବା ପାଇଁ ପ୍ରସ୍ତୁତ କରାଗଲା ନୂଆ ମେଡିକାଲ୍ ବେଡ : ଜାଣନ୍ତୁ ଏହାର ଫିଚର ଏବଂ ଲାଭ ବିଷୟରେ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯/୭: ଭାରତରେ କରୋନା ଭାଇରସ୍ ମାମଲାର ସଂଖ୍ୟା ୧୫ଲକ୍ଷ ପାର ହୋଇଗଲାଣି। ଭାରତରେ ବଢ଼ୁଥିବା କରୋନା ଆତଙ୍କ ମଧ୍ୟରେ ପୁଣେର ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଏପରି ଏକ ବେଡ ପ୍ରସ୍ତୁତ କରିଛି। ଯାହା କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଅନେକ ଦୂର ଯାଏଁ ସଫଳ ହେବ। ଏହା ଏକ ପ୍ରକାରର ମେଡିକାଲ୍ ବେଡ ଆଇସୋଲେସନ ସିଷ୍ଟମ୍। ଯାହାକୁ ଆଶ୍ରୟ ନାଁ ଦିଆଯାଇଛି। ପୁଣେରେ ଏବେ ସୁଦ୍ଧା ୭୪ହଜାରରୁ ଅଧିକ ଲୋକଙ୍କ କରୋନା ଭାଇରସରେ ସଂକ୍ରମିତ ହେବାର ଜଣା ପଡ଼ିଥିବାବେଳେ ପାଖାପାଖି ୧୭୦୦ଲୋକଙ୍କ ମୃତ୍ୟୁ ହୋଇ ସାରିଛି।

{"id":306958,"sizeSlug":"large"}

ଏହି ‘ଆଶ୍ରୟ’ ବେଡ କରୋନା ସହ ଲଢ଼ିବାରେ ସହାୟକ ସାବ୍ୟସ୍ତ ହେବ। ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସ ଟେକ୍ନୋଲୋଜି ଏହାକୁ ପ୍ରସ୍ତୁତ କରିବା ସମୟରେ କୋଭିଡ-୧୯ରୋଗୀଙ୍କ ପୂରା ଧ୍ୟାନ ରଖୁଛନ୍ତି। ଏହାକୁ କମ୍ ଟଙ୍କାରେ ନିର୍ମାଣ କରାଯାଇଛି। ଏହି ବେଡକୁ ଏଭଳି ନିର୍ମାଣ କରାଯାଇଛି ଯେ କୋଭିଡ-୧୯ରୋଗୀ ଏହି ବେଡରେ ପୂରାପୂରି ଆଇସୋଲେଟ୍ ହୋଇ ରହିପାରିବେ।

{"id":306959,"sizeSlug":"large"}

ଏହି ବେଡର ବ୍ୟବହାର ଆପଣ କେଉଁଠାରେ ବି ସହଜରେ କରି ପାରିବେ। ଏହାର ମଡ୍ୟୁଲାର ଏବଂ ପୋର୍ଟେବଲ୍ ଡିଜାଇନର ପ୍ରସ୍ତୁତ ହୋଇଛି। ଆପଣ ଏହାକୁ ହସ୍ପିଟାଲ୍,ଘରେ କେଉଁଠି ବି ଲଗାଇ ପାରିବେ। ଏହାକୁ ବ୍ୟବହାର ପରେ ପୁଣି ଥରେ ପରିଷ୍କାର କରାଯାଇପାରିବ। ଏହି ଆଇସୋଲେସନ ସିଷ୍ଟମ୍ ବେଡ ଆଣ୍ଟିଫଙ୍ଗଲ୍।

ଏହି ବେଡ ଏକ ପ୍ରକାରର ଟ୍ରାନ୍ସପରେଣ୍ଟ ବକ୍ସରେ ବନ୍ଦ ହେବ। ଯେଉଁଥିରେ ଅକ୍ସିଜେନ୍ ଯିବାର ସ୍ଥାନ କରାଯାଇଛି। କୋଭିଡ-୧୯ର ରୋଗୀଙ୍କ ପ୍ରାଇଭେସିକୁ ଦେଖି ଏହି ବକ୍ସ ତଳେ ୩ଫୁଟ ଟ୍ରାନ୍ସପରେଣ୍ଟ ନାହିଁ।

ପ୍ରତି ବକ୍ସ ଭିତରେ ଏକ ବେଡ,ଟେବୁଲ, ଚେୟାର ଏବଂ ଅଳ୍ପ ଚାଲିବା ଜାଗା ମଧ୍ୟ ରହିଛି। ଆପଣ ଜାଗା ମୁତାବକ ଏହି ବକ୍ସର ସାଇଜକୁ ଛୋଟ କରି ପାରିବେ।

ଏଭଳି ୧୦ଟି ଆଇସୋଲେସନ ବେଡ ସିଷ୍ଟମ୍ କରିବାରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯଦି କୌଣସି ବ୍ୟକ୍ତି ଏହାକୁ ନିଜ ଘରେ ଲଗାଇବାକୁ ଚାହୁଁଛି ତେବେ ଏଥିପାଇଁ ଗୋଟିଏ ଆଇସୋଲେସନ ବେଡ ସିଷ୍ଟମର ମୂଲ୍ୟ ୧୫,୦୦୦ଟଙ୍କା ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.