ଢିଙ୍କିଆ ଗସ୍ତରେ ମେଧା ପାଟକର, ସମାଗୋଳ ଜେଲ୍‌ରେ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଲେ

Published By : Prameya-News7 Bureau | June 06, 2022 IST

ଜଗତସିଂହପୁର ୬।୬: ଢିଙ୍କିଆ ଗସ୍ତରେ ମେଧା ପାଟକର । ନର୍ମଦା ବଞ୍ଚାଓ ଆନ୍ଦୋଳନର ନେତ୍ରୀ ମେଧା ପାଟକର ସୋମବାର ବହୁ ଚର୍ଚ୍ଚିତ ଢିଙ୍କିଆ ଅଞ୍ଚଳରେ ଆସି ପହଞ୍ଚିଛନ୍ତି । ସେ କୁଜଙ୍ଗ ସ୍ଥିତ ସମାଗୋଳ ଜେଲ୍କୁ ଯାଇ ଜିନ୍ଦଲ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କୁ ଭେଟିଥିଲେ । କୁଜଙ୍ଗରୁ ସେ ଢିଙ୍କିଆ ଆସୁଥିବା ବେଳେ ତାଙ୍କୁ ଗାଁ ଭିତରେ ପୁରାଇ ନଦେବାକୁ ସପକ୍ଷବାଦୀମାନେ ଉଦ୍ୟମ କରିଥିଲେ ।

ଢିଙ୍କିଆରେ ପୂର୍ବରୁ ପୋସ୍କ ସମୟରେ ମେଧା ପାଟକର ୨୦୧୧ ମସିହାରେ ଆସିଥିଲେ । ଜିନ୍ଦଲ ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ଅସ୍ଥିରତା ଓ ଲୋକଙ୍କ ଉପରେ ମାଡ, ଜୋରଜବରଦସ୍ତି ପାନ ବରଜ ଭାଙ୍ଗିବା ଓ ଗଛ କାଟିବା ନେଇ ସେଠାରେ ସମସ୍ୟା ଉପୁଜିଛି । ଯାହାକୁ ନେଇ ଲୋକମାନେ ଭୟରେ ଥିବା ଅଭିଯୋଗ ହେଉଥିବା ବେଳେ ମେଧା ପାଟକର ସେମାନଙ୍କୁ ଭେଟିବାକୁ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.