Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଥାଇଲାଣ୍ଡରେ ଚାକିରୀ ଦେବା ନାଁରେ ଯୁବକଙ୍କୁ ଠକୁଛନ୍ତି, ସତର୍କ କରାଇଲା ବୈଦେଶିକ ମନ୍ତ୍ରଣାଳୟ

24/09/2022 at 5:32 PM

ନୂଆଦିଲ୍ଲୀ: ଥାଇଲାଣ୍ଡ ଏବଂ ମିଆଁମାରରେ ଆଇଟି ସେକ୍ଟରର ଆକର୍ଷଣୀୟ ଚାକିରୀ ଦେବା ବାହାନାରେ ଭାରତୀୟ ଯୁବକଙ୍କୁ ଠକିବାକୁ ପ୍ରୟାସ କରାଯାଉଛି । ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ସତର୍କ ରହିବାକୁ କୁହାଯାଇଛି । କିଛି ଦିନ ତଳେ ମିଆଁମାରରେ ଫଶିଥିବା ଜଣେ ଭାରତୀୟ ଯୁବକଙ୍କ ଭିଡିଓ ସାମନାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ପରାମର୍ଶ ଜାରି କରାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ କହିଛି, ସୋସିଆଲ ମିଡିଆ ବିଜ୍ଞାପନ ମାଧ୍ୟମରେ ଏବଂ ଦୁବାଇ ଏବଂ ଭାରତ ସ୍ଥିତ ଏଜେଣ୍ଟଙ୍କ ଦ୍ୱାରା ଥାଇଲାଣ୍ଡରେ ଚାକିରୀର ଲୋଭନୀୟ ଅଫର ଦିଆଯାଇ ଆଇଟି ସେକ୍ଟର ସହ ଜଡିତ ଯୁବକଙ୍କୁ ଠକାଯାଉଛି । ବୈଦେଶିକ ମନ୍ତ୍ରଣାଳୟ ନିଜର ବୟାନରେ କହିଛି, କଲ-ସେଣ୍ଟର ଘୋଟାଲା ଏବଂ କ୍ରିପ୍ଟୋ ମୁଦ୍ରା ଜାଲିଆତିରେ ସାମିଲ ସନ୍ଦିଗ୍ଧ ଆଇଟି କମ୍ପାନି ଗୁଡିକ ଯୁବକଙ୍କୁ ଠକୁଛନ୍ତି । ଥାଇଲାଣ୍ଡରେ ଡିଜିଟାଲ ସେଲ୍ସ ଆଣ୍ଡ ମାର୍କେଟିଂ ଏକ୍ସକ୍ୟୁଟିଭ ପଦରେ ନିଯୁକ୍ତି ଦେବାର ଅଫର ଦେବାର ଖବର ନଜରକୁ ଆସିଛି।

ମନ୍ତ୍ରଣାଳୟ ଅନସାରେ, ଏହି ରାକେଟର ସାମିଲ ଲୋକେ ପୀଡିତଙ୍କୁ କଥିତ ରୂପେ ସୀମା ଆରପଟେ ଅବୈଧ ଭାବେ ମିଆଁମାର ନେଇ ଯାଉଛନ୍ତି ଏବଂ ସେଠାରେ ବନ୍ଦୀ କରି ସେମାନଙ୍କୁ କଠିନ ଏବଂ ବିପଦଜନକ ଅବସ୍ଥାରେ କାମ କରିବାକୁ ବାଧ୍ୟ କରାଯାଉଛି । ତେଣୁ ଏହିପରି କୌଣସି ଲୋଭନୀୟ ପ୍ରସ୍ତାବରେ ନ ଫଶିବା ପାଇଁ ମନ୍ତ୍ରଣାଳୟ ସତର୍କ କରାଇଛି ।  

   Related Posts