Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଲଞ୍ଚ୍‌ ହେଲା ‘mPassport Police App’; ୧୫ ଦିନ ପରିବର୍ତ୍ତେ ମାତ୍ର ୫ ଦିନରେ ସରିବ ପାସ୍‌ପୋର୍ଟ ଭେରିଫିକେସନ

17/02/2023 at 6:33 PM

ନୂଆଦିଲ୍ଲୀ: ପାସ୍‌ପୋର୍ଟର ତ୍ୱରିତ ଭେରିଫିକେସନ ପାଇଁ ଲଞ୍ଚହେଲା ଏମ୍‌ପାସ୍‌ପୋର୍ଟ ପୁଲିସ ଆପ୍। ଏହି ମୋବାଇଲ୍  ଆପ୍ ମାଧ୍ୟମରେ ଏବେ ଖୁବ୍ କମ୍ ସମୟରେ ପାସ୍‌ପୋର୍ଟ ଭେରିଫିକେସନ ହୋଇଯିବ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍‌କୁ ଲଞ୍ଚ କରାଯାଇଛି।  

ଡିଜିଟାଲ୍ ଭେରିଫିକେସନ ହେଲେ ସମୟ ବଞ୍ଚିବା ସହ ଯାଞ୍ଚରେ ପାରଦର୍ଶିତା ଆସିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଫୋର୍ସ ରାଇଜିଂ ଡେ ଅବସରରେ ଅମିତ ଶାହ ଦିଲ୍ଲୀ ପୁଲିସର ବିଶେଷ ଶାଖାର ଜବାନଙ୍କୁ ୩୫୦ ମୋବାଇଲ୍ ଟାବ୍ଲେଟ୍ ପ୍ରଦାନ କରିଛନ୍ତି।

ଦିଲ୍ଲୀ ସ୍ଥିତ ବିଦେଶ ମନ୍ତ୍ରାଳୟର ଆଞ୍ଚଳିକ ପାସ୍‌ପୋର୍ଟ କାର୍ଯ୍ୟାଳୟ(RPO) ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଏହି ଟେକ୍ନୋଲୋଜିରେ ପୁଲିସ ଭେରିଫିକେସନ ଓ ଜମା ରିପୋର୍ଟର ପୂରା ପ୍ରକ୍ରିୟାର ପେପରଲେସ୍‌ ହେବ। ଦିଲ୍ଲୀ ଆର୍‌ପିଓ ଅଧିକାରୀ ଅଭିଷେକ ଦୁବେଙ୍କ ସୂଚନା ଅନୁସାରେ, ଟେବ୍ଲେଟ୍‌ର ବ୍ୟବହାର କଲେ ୧୫ ଦିନର ଭେରିଫିକେସନକୁ ମାତ୍ର ୫ ଦିନରେ କରିହେବ। ପାସ୍‌ପୋର୍ଟ ଜାରି କରିବା ସମୟ ସୀମାର ୧୦ ଦିନ କମ୍ କରିହେ ବୋଲି ଅଭିଷେକ ଦୁବେ କହିଛନ୍ତି।   

   Related Posts