ଭାରତର କଡ଼ା ଜବାବ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ହେବାକୁ ଯାଉଛି କାନାଡା
21/09/2023 at 6:04 PM

ନୂଆଦିଲ୍ଲୀ, ୨୧/୯: ଧିରେ ଧିରେ ଜଟିଳ ହେବାରେ ଲାଗିଛି ଭାରତ-କାନାଡା ବିବାଦ। କାନାଡା ପ୍ରସଙ୍ଗରେ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କାନାଡାର ଭିସା ସେବା ବାତିଲ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏହି ମାମଲାରେ କିଛି ମାତ୍ରାରେ ପକ୍ଷପାତିତା ରହିଛି। କାନାଡାର ଅଭିଯୋଗଗୁଡିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ଭାରତ-କାନାଡା କୁଟନୀତିକ ବିବାଦକୁ ନେଇ ବାଗଚୀ କହିଛନ୍ତି ଯେ କାନାଡା ଅପେକ୍ଷା ଅଧିକ କୁଟନୀତିଜ୍ଞ ଆମର ଏଠି ରହିଛନ୍ତି। ଆମର ସଂଖ୍ୟା କମ୍ ରହିଛି। ଆଗାମୀ ଦିନରେ ଦୂତାବାସ କର୍ମଚାରୀ କମାଇ ଦିଆଯିବ। ସେ କହିଛନ୍ତି ଯେ ଆମେ ଅନେକ ଥର କାନାଡାକୁ ଖଲିସ୍ତାନ ସହ ଜଡିତ ପ୍ରମାଣ ପ୍ରଦାନ କରିଛୁ, କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ଆତଙ୍କବାଦୀ ଓ ଉଗ୍ରପନ୍ଥୀଙ୍କ ଆଶ୍ରୟସ୍ଥଳ କାନାଡା ହେବାକୁ ଯାଉଛି ବୋଲି କହିଛି MEA।
ତେବେ ଏହା ପୂର୍ବରୁ କାନାଡାରେ ଭାରତୀୟ ଭିସା ସେବା ବାତିଲ କରିଦିଆଯାଇଥିଲା। ଏବେ କାନାଡାର ନାଗରିକ ଭିସା ସେବା ମିଳିପାରିବନାହିଁ ଅର୍ଥାତ୍ ଭାରତ ଆସିପାରିବେ ନାହିଁ। ଏହି ପ୍ରସଙ୍ଗରେ ଅରିନ୍ଦମ ବାଗ୍ଚୀ କହିଛନ୍ତି ଯେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଭିସା ସେବା ବନ୍ଦ ରହିବ। କାନାଡାର ନାଗରିକ ଭାରତ ଆସିପାରିବେ ନାହିଁ। ଏହାସହ ଅନ୍ୟ ଦେଶରେ ରହୁଥିବା କାନାଡୀୟଙ୍କୁ ଭିସା ସେବା ମିଳିବନି।
ଅଧିକ ପଢନ୍ତୁ- ଖଲିସ୍ତାନୀ ଆତଙ୍କବାଦୀ ସୁଖଦୋଲ ସିଂହ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ
ସେ ଆହୁରି କହିଛନ୍ତି ଯେ ଏହି ଘୋଷଣାରେ ଆମ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି। କାନାଡାର ଅଧିକ କୁଟନୀତିଜ୍ଞ ସଂଖ୍ୟା ଭାରତରେ ରହିଛନ୍ତି। ସେପଟେ ଭାରତର କୂଟନୀତିଜ୍ଞ କାନାଡାରେ ନାହାନ୍ତି। ଏହାରି ଭିତରେ ବି ଆହୁରି କୂଟନିତୀଜ୍ଞ ଫେରିଯିବେ, ଏହି ସଂଖ୍ୟା ବରାବର ହୋଇଯିବ।
ବାଗଚୀ ଆହୁରି କହିଛନ୍ତି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଯାହାବି ଅଭିଯୋଗ କରିଛନ୍ତି, ଏସମ୍ବନ୍ଧିତ ତାଙ୍କୁ କୌଣସି ପ୍ରମାଣ ଦିଆଯାଇନାହିଁ। ଏସମ୍ପର୍କିତ ଅନେକ କାଗଜପତ୍ର କାନାଡାକୁ ଦିଆଯାଇଛି। ଏହାଛଡ଼ା ସେଠାରେ ଥିବା ଖଲିସ୍ତାନୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଟ୍ରୁଡୋଙ୍କ ମନ୍ତବ୍ୟ ରାଜନୀତି ପ୍ରଣୋଦିତ।