NRI ବିବାହ ଆଇନ୍‌ରେ କଣ ହେବ ପରିବର୍ତ୍ତନ, ଯାଞ୍ଚ କରିବାକୁ ବିଧି ଆୟୋଗଙ୍କୁ MEAଙ୍କ ପରାମର୍ଶ

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ ତଥା NRIଙ୍କ ବିବାହ ପ୍ରସଙ୍ଗରେ ଯାଞ୍ଚ କରିବା ଓ ଅନ୍ତରାଷ୍ଟ୍ରୀୟ ଆଇନ ଫ୍ରେମ୍‌ଓ୍ୱର୍କକୁ ମଜଭୂତ କରିବାକୁ ବିଧି ଆୟୋଗକୁ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସମ୍ପ୍ରତି ସମ୍ପୃକ୍ତ ଆଇନଗୁଡ଼ିକରେ ଥିବା ତ୍ରୁଟିଗୁଡିକୁ ଅନୁଧ୍ୟାନ କରିବା ପାଇଁ ଆଇନ କମିଶନଙ୍କ ନିକଟକୁ ରେଫରେନ୍ସ ପାଇଁ ପଠାଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ(MEA)। ପ୍ରଚଳିତ ଆଇନର ତ୍ରୁଟି କାରଣରୁ NRI ବିବାହରେ ଅଂଶୀଦାର ତଥା ଛାଡପତ୍ର ଭଳି ସମସ୍ୟା ସୃଷ୍ଟି ହେଉଛି।

ସୂଚନାନୁସାରେ, ବିଧି ଆୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହି ସମସ୍ୟାର ମୁକାବିଲା ପାଇଁ ରକ୍ଷଣାତ୍ମକ ଢାଞ୍ଚାରେ ଯାଞ୍ଚ କରୁଛି। ବିଧି ଆୟୋଗ ଅନୁଯାୟୀ ଏହା ଅନ୍ତର୍ଜାତୀୟ ସାର୍ବଜନୀନ ଆଇନ ଏବଂ ବ୍ୟକ୍ତିଗତ ଆଇନ ଉପରେ ମଧ୍ୟ ଦୃଷ୍ଟି ଦେବ।

ସବୁଠୁ ବଡ଼ କଥା ହେଲା, ଉଲ୍ଲଂଘନକାରୀଙ୍କୁ ଲାଭ କରୁଥିବା ଲୁପ୍‌କୁ ଅପସାରିତ ହେବ, ତାହା ସୁନିଶ୍ଚିତ କରିବା ଉଚିତ୍। ଏହାସହ ଅଦାଲତର ବିଭିନ୍ନ ପ୍ରକ୍ରିୟାଗତ ଆବଶ୍ୟକତା କିପରି ପୂରଣ ହୋଇପାରିବ। NRI ବିବାହ ପଞ୍ଜୀକରଣ ଏବଂ ବୈଦେଶିକ ବିବାହ ଆଇନ ଉପରେ ୨୦୧୯ ବିଲ୍ ମଧ୍ୟ ଆୟୋଗ ବିଚାର କରିବ।

ବୈଦେଶିକ ମନ୍ତ୍ରାଳୟ ଅନୁସାରେ, ବିଦେଶରେ ରହୁଥିବା ଭାରତୀୟଙ୍କୁ ବିବାହ କରିଥିବା ଭାରତୀୟ ମହିଳାଙ୍କଠାରୁ ବୈବାହିକ ପ୍ରସଙ୍ଗରେ ବହୁ ସଂଖ୍ୟାରେ ଅଭିଯୋଗ ଆସିଛି। ଏଭଳି ମାମଲା ମଧ୍ୟରେ ଭାରତରେ ପତ୍ନୀଙ୍କୁ ଛାତପତ୍ର ଦେବା, ପତି କିମ୍ବା ପତ୍ନୀଙ୍କ ଦ୍ୱାରା ଭିସା ପ୍ରାୟୋଜନରେ ବିଳମ୍ବ, ପତି-ପତ୍ନୀଙ୍କ ଦ୍ୱାରା ସମସ୍ତ ଯୋଗାଯୋଗ ବନ୍ଦ କରିବା, ସ୍ୱାମୀ କିମ୍ବା ଶାଶୁଘର ଲୋକଙ୍କ ଦ୍ୱାରା ମହିଳାଙ୍କୁ ନିର୍ଯାତନା, ପତି-ପତ୍ନୀଙ୍କ ଦ୍ୱାରା ଏକପାଖିଆ ଛାଡପତ୍ର ଇତ୍ୟାଦି ସାମିଲ ରହିଛି। ଏହି ମାମଲାଗୁଡ଼ିକ ପ୍ରାୟତଃ ଶିଶୁଙ୍କ ସୁରକ୍ଷା ସମସ୍ୟା ସହିତ ଜଡିତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.