ସ୍କୁଲର ମଧ୍ୟାହ୍ନ ଭୋଜନକୁ ବିକୁଥିଲେ ସାର୍, ଗ୍ରାମବାସୀଙ୍କ ହାତରେ ପଡିଲେ ଧରା

Published By : Prameya-News7 Bureau | January 23, 2023 IST

ସାଲେପୁର ୨୩/୦୧: ମଧ୍ୟାହ୍ନଭୋଜନ ଚାଉଳ ଶିକ୍ଷକ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ପଡିଲେ ଧରା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଜଗୁଳାଇ ସରକାରୀ ଉପ୍ରା ବିଦ୍ୟାଳୟ ମାଣିତ୍ରୀ ।

ସୂଚନାମୁତାବକ ମାଣିତ୍ରୀ ସରକାରୀ ବିଦ୍ୟାଳୟର ଶିକ୍ଷକ ସେକ ସଫିଉଲ୍ଲା ଓ ରଞ୍ଜିତ କିଶୋର ମୁଦୁଲି ଦୁଇ ଜଣ ଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଆଜି ବିକ୍ରି କରୁଥିବାବେଲବ ମାଣିତ୍ରୀ ଗ୍ରାମର ୪ନଂୱାର୍ଡ ସଭ୍ୟ ସେକ୍ ସହିଦ ଦେଖି ଅଟକାଇ ଥିଲେ ସମ୍ପୃକ୍ତ ଚାଉଳ ବେପାରୀକୁ ।

ବେପାରି ଜଣକ ହେଲେ ମାହାଙ୍ଗା ଥାନା ତ୍ରିବେଣୀସ୍ୱର ଅଂଚଳର କୃଷ୍ଣ ଦତ୍ତ । ସମ୍ପୃକ୍ତ ଚାଉଳ ବେପାରି ଓ ଶିକ୍ଷକକୁ ଗ୍ରାମବାସୀ ଅଟକ ରଖି ସାଲେପୁର ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଂଚି ଚାଉଳ ବେପାରୀ ସହ ଚାଉଳକୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.