Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ସ୍ଥିର ମସ୍ତିଷ୍କରେ ନବ ଦାସ୍‌ଙ୍କୁ ମାରିଛି ଗୋପାଳ, ଆସିଲା ମେଡିକାଲ ବୋର୍ଡର ରିପୋର୍ଟ

7/03/2023 at 10:12 AM

ଝାରସୁଗୁଡା ୦୭/୦୩: ନବ ଦାସ୍‌ଙ୍କୁ ସ୍ଥିର ମସ୍ତିଷ୍କରେ ହତ୍ୟା କରିଛି ଗୋପାଳ । ଏସସିବି ର ମାନସିକ ରୋଗ ବିଭାଗ ମୁଖ୍ୟଙ୍କ ସହିତ ମେଡିକାଲ ଟିମ୍ ଦେଇଥିବା ରିପୋର୍ଟକୁ ଆଧାର କରି ଝାରସୁଗୁଡ଼ା ଅତିରିକ୍ତ ସେସନ୍ସ କୋର୍ଟ ଗତକାଲି ତାଙ୍କ ରାୟରେ ଗୋପାଳ ନିମହନ୍ସ ଯିବା ଆବେଦନକୁ ଖାରଜ କରିଛନ୍ତି ।

ପୂର୍ବରୁ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ଜେଏମଏଫସି କୋର୍ଟ ଖାରଜ କରିସାରିଥିଲେ । ଗୋପାଳ ମାନସିକତାରେ କୌଣସି ଅସ୍ଵାଭାବିକତା ନାହିଁ । ଗୋପାଳକୁ ନିମ ହନ୍ସ ନେବାର ମଧ୍ୟ ଆବଶ୍ୟକତା ନାହିଁ ବୋଲି ତାଙ୍କ ନିର୍ଦ୍ଦେଶାନାମାରେ ଦର୍ଶାଇଛନ୍ତି. ଆଗକୁ ଏଥିପାଇଁ କ୍ରାଇମବ୍ରାଞ୍ଚର କଣ ପଦକ୍ଷେପ ରହିବ ତା ଉପରେ ସମସ୍ତଙ୍କ ନଜର ।

   Related Posts