AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

MCD Polls: ବିଜେପି ସାଂସଦଙ୍କ ରିପୋର୍ଟ କାର୍ଡ, କେବଳ ଗମ୍ଭୀର ଏବଂ ହର୍ଷବର୍ଦ୍ଧନ ନିଜ କ୍ଷେତ୍ରରେ ପାର୍ଟିକୁ ଜିତାଇଲେ ଅଧିକ ସିଟ୍

7/12/2022 at 7:30 PM

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଆମ୍ ଆଦମୀ ପାର୍ଟି(ଆପ୍) ହାତରୁ ପରାଜୟର ସାମ୍ନା କରିବାକୁ ପଡିଛି। ଦିଲ୍ଲୀ ନଗର ନିଗମର ମୋଟ୍ ୨୫୦ ଆସନରୁ ଆପ୍ ୧୩୪ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ୧୦୪ ଆସନ ସହ ଦ୍ଵିତୀୟରେ ରହିଛି। ଉଲ୍ଲେଖନୀୟ ଦିଲ୍ଲୀରେ ବିଜେପିର ସାତ ସାଂସଦ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ଗୌତମ ଗମ୍ଭୀର ଏବଂ ଡ.ହର୍ଷବର୍ଦ୍ଧନ ହିଁ ନିଜ ପାର୍ଟିକୁ ଅଧିକ ଆସନ ଜିତାଇବାରେ ସଫଳ ହୋଇଛନ୍ତି। ବାକି ପାଞ୍ଚ ସାଂସଦଙ୍କୁ ନିଜ ସଂସଦୀୟ କ୍ଷେତ୍ରରେ ପରାଜୟ ମିଳିଛି।

ବିଜେପି ସାଂସଦଙ୍କ ରିପୋର୍ଟ କାର୍ଡ

ରମେଶ ବିଧୁଡି- ରମେଶ ବିଧୁଡି ଦକ୍ଷିଣ ଦିଲ୍ଲୀରୁ ବିଜେପି ସାଂସଦ। ତାଙ୍କ ଲୋକସଭାରେ ଏମସିଡିର ୩୭ ଆସନ ବା ଓ୍ଵାର୍ଡ ରହିଛି। ଏଥିରୁ ବିଜେପି ୧୩ଟି ଏବଂ ଆପ୍‌କୁ ୨୩ ଆସନ ମିଳିଛି। କଂଗ୍ରେସ  ଖାତାକୁ ଗୋଟିଏ ସିଟ୍ ଆସିଛି।

ଗୌତମ ଗମ୍ଭୀର- ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀରୁ ସାଂସଦ। ତାଙ୍କ କ୍ଷେତ୍ରରେ ୩୬ଟି ଆସନ ରହିଛି। ଏଥିରୁ ବିଜେପି ୨୨, ଆପ୍ ୧୧ ଏବଂ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଛି।

ମନୋଜ ତିଓ୍ଵାରୀ-  ମନୋଜ ତିଓ୍ଵାରୀ ଉତ୍ତର-ପୂର୍ବ ଦିଲ୍ଲୀର ସାଂସଦ। ତାଙ୍କ ସଂସଦୀୟ ମଣ୍ଡଳୀରେ ୪୧ଟି ଆସନ ରହିଛି। ଏଥିରେ ବିଜେପି ୧୯, ଆପ୍ ୧୮ ଏବଂ କଂଗ୍ରେସ ୪ଟି ଆସନରେ ନିର୍ବାଚନ ଜିତିଛନ୍ତି।

ଡ. ହର୍ଷବର୍ଦ୍ଧନ- ଡ. ହର୍ଷବର୍ଦ୍ଧନ ଚାନ୍ଦନୀ ଚୌକର ସାଂସଦ। ତାଙ୍କ ଅଞ୍ଚଳରେ ୩୦ ଓ୍ଵାର୍ଡ ରହିଛି। ଏଥିରୁ ୧୬ଟିରେ ବିଜେପି ଏବଂ ଆପ୍ ୧୪ଟିରେ ବିଜୟୀ ହୋଇଛି।

ମୀନାକ୍ଷୀ ଲେଖି– ସାଂସଦ ମୀନାକ୍ଷୀ ଲେଖିଙ୍କ ଲୋକସଭା କ୍ଷେତ୍ର ନୂଆଦିଲ୍ଲୀରେ ୨୫ଟି ଆସନ ରହିଛି। ଏଥିରୁ ବିଜେପି ୫ ଏବଂ ଆପ୍ ୨୦ଟି ଆସନରେ ବିଜୟ ହାସଲ କରିଛି।

ହଂସରାଜ  ହଂସ- ହଂସରାଜ ହଂସଙ୍କ ଲୋକସଭା କ୍ଷେତ୍ର ପଶ୍ଚିମ ଦିଲ୍ଲୀରେ ହେଉଛି ୪୩ ଆସନ। ଏଥିରୁ ବିଜେପିକୁ ୧୪, ଆପ୍‌କୁ ୨୬ ଏବଂ କଂଗ୍ରେସକୁ ୧ ଏବଂ ଅନ୍ୟକୁ ୨ଟି ସିଟ୍‌ ମିଳିଛି।

ପରବେଶ ବର୍ମା- ପରବେଶ ବର୍ମା ଦକ୍ଷିଣ ଦିଲ୍ଳୀରୁ ସାଂସଦ। ତାଙ୍କ କ୍ଷେତ୍ରରେ ୩୮ଟି ଆସନ ରହିଛି। ଏଥିରୁ ୧୪ଟିରେ ବିଜେପି ଏବଂ ଆପ୍  ୨୪ଟିରେ ବିଜୟ ହାସଲ କରିଛି।

   Related Posts