ଏମସିଡି ମେୟରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଅଭିଯୋଗରେ ମୁଖ୍ୟ ଆସେସର କଲେକ୍ଟରଙ୍କୁ କଲେ ବରଖାସ୍ତ

Published By : Prameya-News7 Bureau | May 18, 2023 IST

ନୂଆଦିଲ୍ଲୀ, ୧୮/୦୫: ରାଜଧାନୀ ଦିଲ୍ଲୀରେ ଦୁର୍ନୀତି ମାମଲା ପୁଣି ଥରେ ସରଗରମ ହୋଇଛି । ଏଥର ଏମସିଡି ମେୟର ଶୈଲୀ ଓବରଏ ମାମଲା ସମ୍ଭାଳିଛନ୍ତି। ଦୁର୍ନୀତି ମାମଲାରେ ମୁଖ୍ୟ ଆସେସର କଲେକ୍ଟର କୁନାଲ କଶ୍ୟପଙ୍କୁ ପଦରୁ ହଟାଇବା ସହ ତାଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ମେୟର ଶୈଲୀ ଓବରଏ କହିଛନ୍ତି ଏହା କେବଳ ଆରମ୍ଭ। ଖୁବ୍‌ଶୀଘ୍ର ଦୁର୍ନୀତିରେ ଲିପ୍ତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। କୁହାଯାଉଛି ଯେ ଏମସିଡିରେ ଦୁର୍ନୀତି ଚରମରେ ରହିଛି। ଏହି କାରଣରୁ ଏହି ଏମସିଡି କ୍ଷତିରେ ରହିଛି।

ଏମିସିଡି ମେୟର କହିଛନ୍ତି ଯେ ଦିଲ୍ଲୀ ନଗର ନିଗମର ଅଧିକାରୀ କର୍ମଚାରୀଙ୍କ ଦୁର୍ନୀତି ଯୋଗୁଁ ଛୋଟ ବଡ଼ ଆବଶ୍ୟକତା ପାଇଁ ମଧ୍ୟ ଦିଲ୍ଲୀ ସରକାରଙ୍କୁ ଦେଖିବାକୁ ପଡ଼ୁଛି। ସେ ଏମସିଡି ଅଧିକାରୀ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଏଭଳି ଦୁର୍ନୀତିରୁ ବିରତ ରୁହନ୍ତୁ। ଚିଫ୍‌ ଆସେସର କଲେକ୍ଟର କୁନାଲ ଓବରଏଙ୍କ ସମ୍ବନ୍ଧରେ ଦୀର୍ଘ ଦିନରୁ ଅଭିଯୋଗ ଆସୁଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କୁ ତୁରନ୍ତ ପଦରୁ ହଟାଇଦିଆଯାଇଛି। ଏହା ସହ ତାଙ୍କର ସବୁ ଫାଇଲ୍‌ ଭିଜିଲାନ୍ସ ଯାଞ୍ଚ ପାଇଁ ପଠାଇଦିଆଯାଇଛି।

ତାଙ୍କ ସ୍ଥାନରେ ନୂଆ ସଚ୍ଚୋଟ ଅଧିକାରୀଙ୍କ ନିଯୁକ୍ତି ପାଇଁ କୁହାଯାଇଛି। ସେ କହିଛନ୍ତି ଏମସିଡିରେ ଜନତାଙ୍କ ସହ ଜଡ଼ିତ ସବୁ କାମ ଉପରେ ତୀକ୍ଷ୍ନ ନଜର ରଖାଯାଉଛି। ଏମିତରେ ଛୋଟ ବଡ଼ କର୍ମଚାରୀ ସମସ୍ତେ ରାଡାରରେ ଅଛନ୍ତି। କେଉଁଠି ବି କେହି ଅଧିକାରୀ କିମ୍ବା କର୍ମଚାରୀ ଘୋଟାଲ କରିବାକୁ ଚେଷ୍ଟା କରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.