ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ବାଟ ଫିଟିଲା, ଏପ୍ରିଲ ୨୬ରେ ଭୋଟିଂ, ନିର୍ବାଚନ ଆୟୋଗ ଦେଲେ NOC

Published By : Prameya-News7 Bureau | April 24, 2024 IST

file

ନୂଆଦିଲ୍ଲୀ: ଦିଲ୍ଲୀରେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ବାଟ ଫିଟିଛି । ଜାତୀୟ ନିର୍ବାଚନ ଆୟୋଗ ଦିଲ୍ଲୀ ନଗର ନିଗମ (ଏମସିଡି)ରେ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ଏନଓସି ଜାରି କରିଛନ୍ତି । ଏହାସହ ଏବେ ଦିଲ୍ଲୀରେ ଏପ୍ରିଲ ୨୬ରେ ମେୟର ଏବଂ ଡେପୁଟି ମେୟରର ନିର୍ବାଚନ ହୋଇପାରିବ । ନିୟମ ଅନୁସାରେ ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏମସିଡି ନିର୍ବାଚନ ପାଇଁ ଇସିଆଇଙ୍କ ଏନଓସି ବାଧ୍ୟତାମୂଳକ ହୋଇଥାଏ ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନଗର ନିଗମ ନିର୍ବାଚନ ଆୟୋଗଙ୍କୁ ଏକ ଅନୁରୋଧ କରି ଏପ୍ରିଲ୍ ୨୬ରେ ନିର୍ବାଚନ କରିବା ପାଇଁ ଅନୁମତି ଲୋଡ଼ିଥିଲା । ଏହା ପୂର୍ବରୁ ନିର୍ବାଚନ ସମ୍ପର୍କିତ ଫାଇଲ୍ ଏଲଜି ଏବଂ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା । ସାଧାରଣତଃ, ମେୟର ଏବଂ ଡେପୁଟି ମେୟର ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ କୌଣସି ଭୂମିକା ନଥାଏ । ତେବେ ଏଥର ଲୋକସଭା ନିର୍ବାଚନ ହେଉଥିବାରୁ ଆଦର୍ଶ ଆଚରଣ ସଂହିତା ଲାଗୁ ଅଛି । ତେଣୁ ନିର୍ବାଚନ ଆୟୋଗଙ୍କ ଅନୁମତି ବାଧ୍ୟତାମୂଳକ ହୋଇଥାଏ ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ମେୟର ପଦ ପାଇଁ ମହେଶ ଖିଚି ଏବଂ ଡେପୁଟି ମେୟର ପଦ ପାଇଁ ରବିନ୍ଦର ଭରଦ୍ୱାଜଙ୍କୁ ମୈଦାନକୁ ଓହ୍ଲାଇଛି । ଅନ୍ୟପଟେ ବିଜେପି କିଷନ ଲାଲଙ୍କୁ ମେୟର ଏବଂ ଡେପୁଟି ମେୟର ପାଇଁ ନୀତା ବିଷ୍ଟଙ୍କୁ ପ୍ରାର୍ଥୀ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.