ଦିଲ୍ଲୀ ନଗରନିଗମ ନିର୍ବାଚନ ଲାଗି  ପ୍ରଚାର ଶେଷ, ଏବେ ଛୋଟ,ବଡ଼ ଫ୍ୟାକ୍ଟର ନିର୍ଦ୍ଧାରଣ କରିବ ହାରଜିତ୍

Published By : Prameya-News7 Bureau | December 02, 2022 IST

ନୂଆଦିଲ୍ଲୀ ୨।୧୨: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନ ଲାଗି ଶୁକ୍ରବାର ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଏମସିଡିର ସମସ୍ତ ୨୫୦ ୱାର୍ଡ ଲାଗି ଡିସେମ୍ବର ୪ ତାରିଖ ରବିବାରରେ ଭୋଟ ଗ୍ରହଣ ହେବ। ଏଥିଲାଗି ୧ହଜାର ୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଶୁକ୍ରବାର ନିର୍ବାଚନ ପ୍ରଚାରର ଶେଷ ଦିନ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଆମ ଆଦମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ପୁରା ଜୋର ଲଗାଇ ଦେଇଥିଲେ। ଏମିତି ଦେଖିବାକୁ ଗଲେ ଏମସିଡି ନିର୍ବାଚନରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱୀତା ହେଉଛି।

ଏମସିଡିରେ ଗତ ୧୫ ବର୍ଷ ହେଲା ନିଜର ବର୍ଚଶ୍ୱ କାୟମ ରଖିଥିବା ବିଜେପି ପୁଣି କ୍ଷମତାକୁ ଫେରିବା ଲାଗି ଜୋର ଲଗାଇ ଦେଇଥିବା ବେଳେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ସରକାର କରିଥିବାରୁ ନଗରନିଗମରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଚାହୁଁଛି। ଏଥିରେ କଂଗ୍ରେସ ହରାଇଥିବା ଜନାଧାରକୁ ଫେରାଇ ଆଣିବାକୁ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଛି। ବସପା ମଧ୍ୟ ନିଜ ଦଳିତ ଭୋଟରଙ୍କ ସହାୟତାରେ ଦିଲ୍ଲୀ ନଗରନିଗମରେ ନିଜର ସ୍ଥାନ ପକ୍କା କରିବାକୁ ଅଣ୍ଟା ଭିଡିଛି। ସେହିପରି ଅସଦୁଦ୍ଦିନ ଓବେସୀଙ୍କ ଏଆଇଏମଆଇଏମ  ମଧ୍ୟ ମୁସଲମାନ ଭୋଟରଙ୍କ ମାଧ୍ୟମରେ ନିଜ ଲାଗି ସ୍ଥାନ ସୃଷ୍ଟି କରିବାକୁ ଆଗେଇ ଆସିଛି।

{"id":716340,"width":839,"height":471,"sizeSlug":"full","linkDestination":"none"}

ଏଥିରେ ଏମସିଡି କର୍ମଚାରୀଙ୍କ ବେତନ ପୈଠ ମଧ୍ୟ ନିର୍ବାଚନରେ ପ୍ରସଙ୍ଗ ପାଲଟିଛି। ଠିକ୍ ସମୟରେ ବେତନ ମିଳି ପାରୁନଥିବାରୁ ଏମସିଡି କର୍ମଚାରୀମାନେ ସମୟ ସମୟରେ ହରତାଳକୁ ଯାଉଥିବାରୁ ଏହା ନିର୍ବାଚନରେ ପ୍ରସଙ୍ଗ ହୋଇଛି। ଦିଲ୍ଲୀ ଏମସିଡି ନିର୍ବାଚନରେ ୨୫୦ କାଉନସିଲର ଆସନ ଲାଗି ଚଳିତ ନିର୍ବାଚନରେ ୧୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଯେଉଁମାନଙ୍କ ମଧ୍ୟରେ ୩୮୨ ଜଣ ନିର୍ଦ୍ଦଳୀୟ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବେଳେ ବିଜେପି ଓ ଆପ ସବୁ ୨୫୦ ଆସନରେ ସେମାନଙ୍କ ପ୍ରାର୍ଥୀ ଛିଡା କରିଛନ୍ତି।

ଜେଡିୟୁ ୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଏଆଇଏମଆଇଏମ ୧୫ ପ୍ରାର୍ଥୀ ଦେଇଛି। ବସପା ୧୭୪ଟି  ପ୍ରାର୍ଥୀ ଛିଡା କରିଥିବା ବେଳେ ଇଣ୍ଡିଆନ ମୁସ୍ଲିମ ଲିଗ୍ ୧୨ ଟି ଆସନରେ ପ୍ରାର୍ଥୀ ଦେଇଛି। ଏଥିରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ୩, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ୪, ଏନସିପି ୨୯ ଓ ସପା ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି। ନିଗମରେ ବିଜେପି ନିଜର କ୍ଷମତା କାୟମ ରଖିବା ଲାଗି ସବୁ ସାମର୍ଥ୍ୟ ଲଗାଇ ଦେଇଛି। ପ୍ରାର୍ଥୀଙ୍କ ପ୍ରଚାର ଲାଗି ତଥା ଭୋଟରଙ୍କୁ ଭୋଟ ନିବେଦନ କରିବା ନିମନ୍ତେ ବିଜେପି ମନ୍ତ୍ରୀ, କେନ୍ଦ୍ରମନ୍କ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଥିଲା। ରାଜଧାନୀରେ ବିଜେପି ପ୍ରଚାରର ଦାୟିତ୍ୱ ଦିଲ୍ଲୀର ସବୁ ୭ ସାଂସଦ, ପୂର୍ବ ମେୟର ଓ ଦିଲ୍ଲୀ ବିଜେପିର ଆଦେଶ କୁମାର ଗୁପ୍ତା ସମ୍ଭାଳୁଛନ୍ତି।

{"id":716341,"sizeSlug":"full","linkDestination":"none"}

ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ସଭା, ରୋଡ ସୋ ଓ ଦ୍ୱାର ଦ୍ୱାର ପ୍ରଚାରର ୨୧୦ଟି କାର୍ଯ୍ୟକ୍ରମ ଥିଲା। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ, ହରଦୀପ ପୁରୀ, ଅନୁରାଗ ଠାକୁର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ, ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଦି ଏମସିଡି ନିର୍ବାଚନ ଲାଗି ପ୍ରଚାର କରିଛନ୍ତି। ନିର୍ବାଚନ ପ୍ରଚାରରେ ବିଜେପି ତାର ଦିଗ୍ଗଜ ନେତାଙ୍କୁ ଓହ୍ଲାଇ ନଗରନିଗମରେ ନିଜର ସ୍ଥିତି ସୁଦୃଢ କରିବାକୁ ଚାହୁଁଛି। ଯେପରି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳକୁ ଏହାର ଲାଭ ମିଳିପାରିବ ସେଥିଲାଗି ମଧ୍ୟ ମାର୍ଗ ପ୍ରସ୍ତୁତ କରିଛି।

ତେବେ ଗତ ୮ ବର୍ଷ ହେଲା ଦିଲ୍ଲୀ କ୍ଷମତାକୁ ଆମ ଆଦମୀ ପାର୍ଟି ମାଡି ବସିଛି। ୨୦୧୭ ଏମସିଡି ନିର୍ବାଚନରେ ଆପକୁ ଭଲ ଭୋଟ ମିଳିଥିଲା ସତ ହେଲେ ନିଜ ମେୟର ଦେଇ ପାରିଲାନି। ଏଣୁ ଏମସିଡିରେ ମଧ୍ୟ ଆପ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ଏଥିଲାଗି ଏମସିଡି ନିର୍ବାଚନରେ ବିଜେପିକୁ ଘେରିବାକୁ ଆପ୍ ବେଶ୍ ପ୍ରସ୍ତୁତି କରିଛି। ଦିଲ୍ଲୀ, ଗାଜିପୁର, ଭଲସ୍ୱା ଏବଂ ଓଖଲାରେ ୪ଟି ଆବର୍ଜନା ପାହାଡ଼ ରହିଛି। ଏହି ସବୁ ପାହାଡ ଲାଗି ଆପ୍ ଏମସିଡିରେ ଥିବା ବିଜେପିକୁ ଦାୟୀ କରୁଛି। ଏହାକୁ ନେଇ ଦଳ ନାରେଟିଭ ଗଢିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.