ଏମସିଡି ନିର୍ବାଚନ ପାଇଁ ବାଜିଲା ବିଗୁଲ, ଡିସେମ୍ୱର ୪ରେ ଭୋଟିଂ,୭ରେ ରେଜଲ୍ଟ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଦିଲ୍ଲୀ ନିର୍ବାଚନ ଆୟୋଗ ବିଜୟ ଦେବ କହିଛନ୍ତି, ୬୮ ବିଧାନସଭା କ୍ଷେତ୍ରରେ ଏମସିଡିର ୨୫୦ ୱାର୍ଡ ପାଇଁ ନିର୍ବାଚନ ହେବ । ନଭେମ୍ୱର ୭ରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ୱର ୧୪ । ନଭେମ୍ୱର ୧୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ । ନଭେମ୍ୱର ୧୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଡିସେମ୍ୱର ୪ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଡିସେମ୍ୱର ୭ରେ ଫଳାଫଳ ଘୋଷଣା ହେବ ।

ଦିଲ୍ଲୀ ନିର୍ବାଚନ ଆୟୋଗ କହିଛନ୍ତି ୪୨ ଆସନ ଏସସି ପାଇଁ ସଂରକ୍ଷିତ ରଖାଯାଇଛି । ୨୧ ସିଟ୍ ଏସସି ସମୁଦାୟର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହାସହ ଅନ୍ୟ ୧୦୪ ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଏହିପରି ମହିଳାଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି । ଏମସିଡି ନିର୍ବାଚନରେ ୧.୪ କୋଟି ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିବେ । ୨୧୩ ମତଦାତାଙ୍କ ବୟସ ୧୦୦ ବର୍ଷରୁ ଅଧିକ ରହିଛି । ୧୩ ହଜାର ୬୬୫ ପୋଲିଂ ଷ୍ଟେସନ କରାଯିବ।

ତାରିଖ ଘୋଷଣା ସହ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଲାଉଡ୍ ସ୍ପିକରର ବ୍ୟବହାର ଉପରେ ରୋକ ଲଗାଯାଇଛି । ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ୫.୫୭ ଲକ୍ଷରୁ ବଢାଇ ୮ ଲକ୍ଷ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.