ଐତିହାସିକ ୧୫ ଥର ମତଦାନ ପରେ ଆମେରିକୀୟ ପ୍ରତିନିଧି ସଭାକୁ ମିଳିଲା ନୂଆ ବାଚସ୍ପତି, ପ୍ରଥମ ଭାଷଣରେ ଚୀନକୁ କଲେ ନିଶାନା

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ: ଆମେକିରୀୟ ସଂସଦର ନୂଆ ବାଚସ୍ପତି କେଭିନ ମେକ୍କାର୍ଥୀ । ଆମେକାରୀୟ ସଂସଦର ନିମ୍ନ ଗୃହ ପ୍ରତିନିଧି ସଭା (House of Representatives)ର ବାଚସ୍ପତି ଭାବେ ବିରୋଧୀ ରିପବ୍ଲିକନ ପାର୍ଟିର ପ୍ରାର୍ଥୀ କେଭିନ ମେକ୍କାର୍ଥୀ ନିର୍ବାଚିତ ହୋଇଛନ୍ତି । ୧୫ ଥର ମତଦାନ ପରେ ସେ ନିର୍ବାଚିତ ହୋଇଛନ୍ତି । ଶନିବାର ସେ ନାନ୍ସି ପେଲୋସୀଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ନିଜର ପ୍ରଥମ ଅଭିଭାଷଣରେ ପେଲୋସୀଙ୍କ ପରି ଚୀନକୁ ଟାର୍ଗେଟ କରିଛନ୍ତି । ଏହାସହ ଚୀନ କମ୍ୟୁନିଷ୍ଟର ବଢୁଥିବା ପ୍ରଭାବ ଉପରେ ଗୃହରେ ଚର୍ଚ୍ଚା ହେବ ବୋଲି ସେ ଘୋଷଣା କରିଛନ୍ତି ।

କେଭିନ ମେକ୍କାର୍ଥୀ ଦେଶର ୫୫ତମ ବଚସ୍ପତି ନିର୍ବାଚିତ ହୋଇଛନ୍ତି । ଏହାସହ ଆମେରିକାରେ କିଛି ଦିନ ଜାରି ରହିଥିବା ଅସ୍ଥିରତା ଶେଷ ହେବ ବୋଲି ଆଶା କରାଯାଉଛି । ୫୭ ବର୍ଷୀୟ ମେକ୍କାର୍ଥୀ, କ୍ଷମତାରେ ଥିବା ଡେମୋକ୍ରେଟିକ୍ ପାର୍ଟିର ବିଦାୟୀ ବାଚସ୍ପତି ନାନ୍ସି ପେଲୋସୀଙ୍କ ପରି ଚୀନର ମୁଖର ବିରୋଧୀ ରୂପେ ନଜର ଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବହୁ ବିରୋଧ ପରେ ବି ନାନ୍ସି ଚୀନ ଗସ୍ତ କରିଥିଲେ ।

ମେକ୍କାର୍ଥୀ ଶନିବାର ୧୫ ଥର ହୋଇଥିବା ଐତିହାସିକ ମତଦାନରେ ବାଚସ୍ପତି ନିର୍ବାଚନ ହୋଇଛନ୍ତି । ଡେମୋକ୍ରେଟିକ୍ ପ୍ରାର୍ଥୀ ହକିମ ସେକୋଓ ଜେଫ୍ରିସଙ୍କୁ  ରିପବ୍ଲିକନ ପ୍ରାର୍ଥୀ ମେକ୍କାର୍ଥୀ ୨୧୨-୨୧୬ ମତ ବ୍ୟବଧାନରେ ପରାସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯଏ ନଭେମ୍ୱର ୮ରେ ହୋଇଥିବା ଅନ୍ତରୀଣ ନିର୍ବାଚନରେ ଡେମୋକ୍ରେଟିକ ପାର୍ଟି ବହୁମତ ହାସଲ କରିଥିଲା । ୪୨୫ ସଦସ୍ୟର ପ୍ରତିନିଧି ସଭାରେ ଡେମୋକ୍ରାଟିକ ପାର୍ଟିର ଆସନ ହ୍ରାସ ହୋଇ ୨୧୨ ହୋଇଥିଲା, ଅନ୍ୟପଟେ ରିପବ୍ଲିକନ ପାର୍ଟିର ସଂଖ୍ୟା ବଢି ୨୨୨ ହୋଇଥିଲା । ଏହାପରେ ପେଲୋସୀ ବାଚସ୍ପତି ପଦ ଛାଡିବା ନେଇ ଘୋଷଣା କରିଥିଲେ ।

ଆମେରିକୀୟ ସଂସଦର ୧୬୪ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବାଚସ୍ପତି ନିର୍ବାଚନ ପାଇଁ ୧୫ ଥର ମତଦାନ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.