ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ଏମସିଏ ଛାତ୍ର
17/01/2023 at 9:15 PM

ଭୁବନେଶ୍ୱର ୧୭/୦୧: ଭିଡିଓ କଲ୍ କରି ଆତ୍ମହତ୍ୟା କଲେ ଛାତ୍ର। ଏପରି ଘଟଣା କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତଛାତ୍ର ଜଣଙ୍କ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ଏମସିଏ ବିଭାଗର ଛାତ୍ର ବୋଲି ଜଣାପଡ଼ିଛି। ବାରଙ୍ଗର ଷଣ୍ଢପୁରରେ ଥିବା ଭଡ଼ାଘରୁ ସମ୍ପୃକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି।