ଡିଗ୍ରୀ ମିଳିଲା, ତଥାପି ଅଧୁରା ରହିଲା ସେବା କରିବା ସ୍ବପ୍ନ; ସାପ କାମୁଡ଼ାରେ ଯୁବଡାକ୍ତର ମୃତ

Published By : Prameya-News7 Bureau | December 01, 2023 IST

ବେଙ୍ଗାଲୁରୁ: ଲୋକଙ୍କ ସେବା କରିବାର ସ୍ବପ୍ନ ଅଧାରେ ରହିଗଲା । ଏମବିବିଏସ୍ ଡିଗ୍ରୀ ମିଳିଲା, ହେଲେ ଡାକ୍ତର ହୋଇ ପାରିଲେନି ଯୁବକ । MBBS ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଖୁସିରେ ବିଭୋର ହୋଇଯାଇଥିଲେ । ଡିଗ୍ରୀ ସାର୍ଟିଫିକେଟ୍ ମିଳିବା ପରେ ଗରିବଙ୍କ ସେବା କରିବେ ବୋଲି ଆଶା ରଖିଥିଲେ । ମାତ୍ର ବିଷାକ୍ତ ସାପର ଚୋଟରେ ସବୁକିଛି ଅନ୍ଧାର ହୋଇଯାଇଛି । ଲୋକଙ୍କ ସେବା କରିବା ପୂର୍ବରୁ ଆରପାରିକୁ ଚାଲିଯାଇଛନ୍ତି ଯୁବ ଡାକ୍ତର । ଲୋକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇବାକୁ ଶପଥ ନେଇଥିବା ଏମବିବିଏସ୍ ଡିଗ୍ରୀଧାରୀ ସବୁଦିନ ପାଇଁ ମୃତ୍ୟୁକୁ ଆପଣାଇ ନେଇଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବେଙ୍ଗାଲୁରୁର ଟୁମାକୁରୁ ଅଞ୍ଚଳରେ ଥିବା ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ୍ ପରିସରରେ । ବିଷାକ୍ତ ସାପ କାମୁଡିବାରୁ ଅଦିତି ବାଲକୃଷ୍ଣଙ୍କ ଜୀବନ ଚାଲିଯାଇଛି ।

wp:embed {"url":"https://www.prameyanews7.com/lpg-price-hike-by-more-than-20-rupees-gas-cylinder-costly-before-new-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lpg-price-hike-by-more-than-20-rupees-gas-cylinder-costly-before-new-year/
/wp:embed

ଟୁମାକୁରୁ ପୋଲିସର ସୂଚନା ଅନୁଯାୟୀ, ୨୧ ବର୍ଷୀୟ ଅଦିତିଙ୍କ ଘର କେରଳରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁ ସିଟି ଠାରୁ ୮୦ କିମି ଦୂର ଟୁମାକୁରର ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜରେ ଏମବିବିଏସ୍ କରୁଥିଲେ । ସ୍ନାତକ ପରୀକ୍ଷା ଶେଷ ହୋଇଥିବା ବେଳେ ବୁଧବାର ଦିନ ସେ MBBS ସାର୍ଟିଫିକେଟ୍ ପାଇଁ ମେଡିକାଲ କଲେଜର ସମାବର୍ତ୍ତନ ଉତ୍ସବରେ ସାମିଲ୍ ହୋଇଥିଲେ । ଉତ୍ସବ ଶେଷ ହେବା ପରେ ସେ ପ୍ରାୟ ରାତି ୧୧ଟା ସମୟରେ ଘରକୁ ଫେରିଥିଲେ । ଏହି ସମୟରେ ପାର୍କିଂରେ ତାଙ୍କୁ ଏକ ବିଷାକ୍ତ ସାପ ଚୋଟ ମାରିଥିଲା । ଏନେଇ ସେ ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କ କଥାକୁ କେହି ବିଶ୍ବାସ କରିନଥିଲେ । ଯୁବ ଡାକ୍ତର ଅଦିତି ଘରେ ପହଞ୍ଚିବା ବେଳକୁ ତାଙ୍କ ଶରୀରରେ ବିଷକ୍ରିୟା ବୃଦ୍ଧି ପାଇଥିଲା । ପରେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଶରୀରରେ ସାପ କାମୁଡ଼ିଥିବା ସ୍ଥାନରୁ ରକ୍ତ ନେଇ ପରୀକ୍ଷା କରିବାକୁ ସେଥିରେ ସାପ ବିଷର ନମୂନା ମିଳିଛି ।   

ଅଦିତି ବାଲକୃଷ୍ଣଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଖବର ଦେଇଛନ୍ତି ମେଡିକାଲ କଲେଜ କର୍ତ୍ତୃପକ୍ଷ । ମା’ ଓ ସମ୍ପର୍କୀୟ ତ୍ରିସୁରରୁ ଟୁମାକୁର ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜରେ ପହଞ୍ଚିଛନ୍ତି । ଅନ୍ୟପଟେ ଅଦିତିଙ୍କ ବାପା ଇଟାଲୀରୁ ରହୁଥିବାରୁ ପୋଲିସ ତାଙ୍କ ଫେରିବା ବାଟକୁ ଚାହିଁବସିଛି । ସେପଟେ ଟାଇମ୍ସ ଅଫ୍ ଇଣ୍ଡିଆର ସୂଚନା ମୁତାବକ ଟୁମାକୁର ଡିଏସପିଙ୍କ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରାନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.