୯୦ ଲକ୍ଷର ମର୍ସିଡିଜ୍ କିଣିଲେ MBA ଚାଏ’ ୱାଲା, ଭିଡିଓ ସେୟାର କରି କହିଲେ ‘ସଫଳତାର ମନ୍ତ୍ର’
17/02/2023 at 12:56 PM

ନୂଆଦିଲ୍ଲୀ ୧୭।୦୨: ଏମବିଏ ଚାଏ’ ୱାଲା ନାମ ବେଶ ଜଣାଶୁଣା। ତାଙ୍କ ନାମ ପ୍ରଫୁଲ୍ଲ ବିଲ୍ଲୋର। ତାଙ୍କ ପ୍ରେରଣାଦାୟକ ଜୀବନ କାହାଣୀ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହୋଇଥିଲେ । ୨୦୧୭ ମସିହାରେ, ଏହି ଏମବିଏ ଡ୍ରପଆଉଟ୍ ଆଇଆଇଏମ୍-ଅହମ୍ମଦାବାଦ ସାମ୍ନାରେ ନିଜର ଚା ଷ୍ଟାଣ୍ଡ ଖୋଲିବାକୁ ସ୍ଥିର କରିଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ଯେତେବେଳେ ତାଙ୍କର ଷ୍ଟାର୍ଟ ଅପ୍ ସଫଳ ହେବାକୁ ଲାଗିଲା । ସେତେବେଳେ ସେ ଧୀରେ ଧୀରେ ସଫଳତା ପାହାଚର ଶୀର୍ଷ ଚଢିବାକୁ ଲାଗିଲେ।
ବର୍ତ୍ତମାନ ‘MBA Chai Wala’ ଏକ ବ୍ରାଣ୍ଡ ନାମରେ ପରିଣତ ହୋଇଛି ।ଏହାର ଅନେକ ରେଷ୍ଟୁରାଣ୍ଟ ଚେନ୍ ବି ଖୋଲୁଛି । ପ୍ରଫୁଲ୍ଲ ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ନିକଟରେ ସେ ୯୦ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ କିଣିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନିଜ ଖୁସି ସେୟାର କରିଛନ୍ତି।
ତେବେ ସେ ନିଜ ଇନଷ୍ଟାଗ୍ରାମରେ କାର କିଣିବାର ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ଭିଡିଓରେ ସେ ନିଜ ପରିବାର ସହିତ ମର୍ସିଡିଜ୍ ଶୋ’ରୁମରେ କାର କିଣିବା ପରେ କେକ୍ କାଟିଥିବାର ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଏକ ଲେଖା ମଧ୍ୟ ଅଛି, ଯାହା ଏକ ସଫଳ ମନ୍ତ୍ର ପରି, ଯାହା ହେଉଛି, “ବିଲ୍ଲୋର ବ୍ରଦର୍ସ .. ଏମବିଏ ଚାୱାଲା .. ଧର୍ଯ୍ୟକୁ ଧରନ୍ତୁ, ପ୍ରକ୍ରିୟା ଉପରେ ବିଶ୍ଵାସ ରଖନ୍ତୁ ..”ତିନି ଦିନ ପୂର୍ବେ ସେୟାର ହୋଇଥିବା ଏହି ଭିଡିଓରେ ବର୍ତ୍ତମାନ ସୁଦ୍ଧା ୨.୫ ମିଲିୟନ୍ ୟୁଜର୍ସଦେଖିଛନ୍ତି। ଏହି କ୍ଲିପରେ ଅନେକ ଲାଇକ୍ ଏବଂ କମେଣ୍ଟ ମଧ୍ୟ ଆସିଛି।