ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ, ସାରା ବାରିପଦାରେ ଉତ୍ସବର ମାହୋଲ

20/11/2022 at 8:33 PM

ବାରିପଦା, ୨୦।୧୧: ଆଜିଠାରୁ ଆରମ୍ଭ ହୋଇଛି ୫ମ ମୟୁରଭଞ୍ଜ ମହୋତ୍ସବ। ବିଶାଳ ପାରମ୍ପାରିକ ରୋଡ୍ ସୋ ସହିତ ବାରିପଦାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଆଜିଠାରୁ ୨୭ ତାରିଖ  ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ପ୍ରଥମ ଦିନରେ ସମଗ୍ର ଜିଲ୍ଲାର ଲୋକକଳାକୁ ଏକ କାର୍ଣ୍ଣିଭାଲ୍ ସୋ ମାଧ୍ୟମରେ ଜଗନ୍ନାଥ ମନ୍ଦିରରୁ ଛଉପଡିଆ ଯାଏଁ ପ୍ରଦର୍ଶିତ କରାଯାଇଛି । ମୟୁରଭଞ୍ଜର ପରାମ୍ପାରିକ ଆଦିବାସୀ ନାଚ ଗୀତ ଓ ବାଜା ସହିତ ଏହି କାର୍ଣ୍ଣିଭାଲ୍ ପୁରା ସହର ପରିକ୍ରମା କରି ଐତିହାସିକ ଛଉ ପଡିଆରେ ପହଞ୍ଚିଥିଲା ।

୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଛଉ ପଡିଆ ମଞ୍ଚରେ ଅନୁଷ୍ଠିତ ହେବ ମୟୁରଭଞ୍ଜ ମହୋତ୍ସବ । ଏହି ୭ ଦିନରେ ମୟୁରଭଞ୍ଜ ଆଦିବାସୀ କଳା ସଂସ୍କୃତି ସହିତ ଛଉ, ଝୁମର, ଶାନ୍ତାଳୀ ଲୋକକଳାର ବହୁ ସୁନାମ ଧନ୍ୟ କାଳାକାରଙ୍କ ସହିତ ଓଡିଶା ସିନେ ତାରକାମାନେ ମଧ୍ୟ ମଞ୍ଚରେ ଦେଖାଦେବେ। ମହୋତ୍ସବରେ ମୟୁରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପ ଠାରୁ ଆରମ୍ଭ କରି, କୂଟୀର ଶିଳ୍ପ, ପାରମ୍ପାରିକ ପୋଷାକ। ଘରକରଣା ସାମଗ୍ରୀ ସହିତ ପାରମ୍ପାରିକ ମାଂସ-ମୂଢୀ ଓ ଅନ୍ୟାନ୍ୟ ଖାଦ୍ୟର ମଜାନେବେ ଲୋକେ।

୧୫୦ଟି ଷ୍ଟଲ ସହିତ ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଚାଲିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଇ ବର୍ଷ କୋଭିଡ୍ କାରଣରୁ ବନ୍ଦ ଥିବା ଏହି ମହୋତ୍ସବରେ ସାମାଜିକ ଦୂରତା, ସ୍ୱଚ୍ଛତା ଓ ସୁରକ୍ଷାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତଶୃଙ୍ଖଳା ମଧ୍ୟରେ ଲୋକେ କିଭଳି ପୁରା ମହୋତ୍ସବର ମଜା ନେଇପାରିବେ ସେଥିପ୍ରତି ବିଶେଷ ବ୍ୟବସ୍ଥା କରାଯାଇଛି।

   Related Posts