କଟକର ସବୁ ହୋଟେଲରେ କଡା ନଜର ରଖିବ ସିଏମ୍‌ସି : ସୁବାସ ସିଂ

Published By : Prameya-News7 Bureau | April 26, 2023 IST

କଟକ ୨୬।୪: ଏଣିକି କଟକର ସମସ୍ତ ହୋଟେଲମାନଙ୍କ ଉପରେ କଟକ ମହାନଗର ନିଗମ ରଖିବ କଡା ନଜର । ଏନେଇ ଚରମବାଣୀ ଶୁଣାଇଛନ୍ତି କଟକ ମେୟର ସୁବାସ ସିଂ । ଗତ ୨୦ ତାରିଖ ମଧ୍ୟରାତିରେ କଟକ ମଧୁପାଟଣା ଛକରେ ଥିବା ପଦ୍ମଜା ପ୍ରାଇଡ୍ ହୋଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଘଟଣା ପରେ ଏବେ ଆକ୍ସନ ମୋଡରେ ଆସିଛି କଟକ ମହାନଗର ନିଗମ ।

କଟକର ଇଜ୍ଜତ ଉପରେ ଆଞ୍ଚ ଆଣିବା ଭଳି କରାଯାଉଥିବା କାର୍ଯ୍ୟକୁ କେବେ ବି ବରଦାସ୍ତ କରାଯିବ ନାହିଁ । ଏଣୁ ସମସ୍ତ ତାରକା ଓ ଅଣ ତାରକା ହୋଟେଲରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ । ହୋଟେଲ ପାଇଁ ଆବଶ୍ୟକତା ଥିବା କାଗଜପତ୍ର ନଥାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.