ଭୁବନେଶ୍ୱର ୧୩।୦୮ : ବର୍ଷା ହେଲା ମାତ୍ରେ ପାଣି ଘେରରେ ଥାଏ ନହରକଣ୍ଟା ଅଞ୍ଚଳ। ୧୨ ବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଛି। ଡ୍ରେନେଜ୍ ସୁବିଧା ନଥିବାରୁ ଅସରାଏ ବର୍ଷାରେ ଜମିଯାଉଛି ଅଣ୍ଟାଏ ଅଣ୍ଟାଏ ପାଣି। ଆଜି ନହରକଣ୍ଟା ଅଞ୍ଚଳ ବୁଲି ଦେଖିଛନ୍ତି ଭୁବନେଶ୍ୱର ମେୟର ।
{"id":670188,"sizeSlug":"full","linkDestination":"none"}
ଖବର ଅନୁଯାୟୀ, ଏହି ଅଞ୍ଚଳରେ ଅନେକ ବିଲଡର ଘର କରିଥିବାରୁ ପ୍ରାକୃତିକ ନାଳ ବନ୍ଦ କରିଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାଫଳରେ ଭୁବନେଶ୍ୱର ୱାର୍ଡ ନମ୍ବର ୪ରେ ସ୍ଥିତ ନହରକଣ୍ଟା ଗାଁ ଜଳମଗ୍ନ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମସ୍ୟାକୁ ନିଜେ ଦେଖିବା ପାଇଁ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
{"id":670189,"sizeSlug":"full","linkDestination":"none"}
ତେବେ ଶୁକ୍ରବାରଠୁ ଏହି ଅଞ୍ଚଳ ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଗକୁ ଅଞ୍ଚଳରେ ଥିବା ୨ଟି ସାଇଫନ ମୁଁହକୁ ସଫା କରାଯିବ ବୋଲି ମେୟର କହିଛନ୍ତି। ଏହି ସାଇଫନ ସଫା ଦ୍ଵାରା କିଛି ମାତ୍ରାରେ ପାଣି ନିଷ୍କାସନ ହୋଇଛି। କିନ୍ତୁ ଅଞ୍ଚଳବାସୀ ଏହାର ସ୍ଥାୟୀ ସମାଧାନ ଦାବି କରୁଛନ୍ତି। ନହରକଣ୍ଟା ଗାଁ ବିଏମସିରେ ମିଶିବା ପରଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଡ୍ରେନେଜ ବ୍ୟବସ୍ଥା କରାଯାଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।