୨୦୨୪ ଲୋକସଭା ନିର୍ବାଚନ ଏକା ଲଢ଼ିବ ମାୟାବତୀଙ୍କ ବିଏସପି, I.N.D.I.A ସହ ସାମିଲ୍‌ ହେବାକୁ କଲେ ଖଣ୍ଡନ

Published By : Prameya-News7 Bureau | August 30, 2023 IST

ନୂଆଦିଲ୍ଲୀ, ୩୦/୦୮: ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ଲଢ଼ିବ ବହୁଜନ ସମାଜ ପାର୍ଟି । ଇଣ୍ଡିଆ ନୁହେଁ କି‘ ଏନଡିଏ ନୁହେଁ, କାହା ସହ ବି ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ମାୟାବତୀ । ବିରୋଧୀ ଦଳ ଇଣ୍ଡିଆର ମେଣ୍ଟରେ ମାୟାବତୀ ସାମିଲ ହେବା ନେଇ ଯେଉଁ ଅନୁମାନ କରାଯାଉଥିଲା ତାକୁ ସିଧା ସିଧା ଖଣ୍ଡନ କରିଦେଇଛନ୍ତି ମାୟାବତୀ ।

ଆସନ୍ତକାଲି ଇଣ୍ଡିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆଗରୁ ମାୟାବତୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ମେଣ୍ଟରେ ମାୟାବତୀ ସାମିଲ ହେବା ନେଇ ପଥ ପରିଷ୍କାର କରୁଥିଲା କଂଗ୍ରେସ । ଉତ୍ତରପ୍ରଦେଶ କଂଗ୍ରେସ ମୁଖିଆ ପଦରୁ ଦଳିତ ସମାଜର ପ୍ରତିନିଧିତ୍ବ କରୁଥିବା ବୃଜଲାଲ ଖାବରୀଙ୍କୁ ହଟାଇ ଅଜୟ ରାୟଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: NDA କିିମ୍ବା I.N.D.I.A କାହାକୁ ସମର୍ଥନ କରିବ ବିଆରଏସ ? ସ୍ପଷ୍ଟ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ତେବେ ମାୟାବତୀଙ୍କ ଟୁଇଟ୍ ସବୁ ଆକଳନକୁ ଓଲଟ ପାଲଟ କରିଦେଇଛି । ଟୁଇଟ୍ କରି ମାୟାବତୀ ଲେଖିଛନ୍ତି, ଉଭୟ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଗରିବ ବିରୋଧୀ, ଜାତିବାଦୀ ଏବଂ ସାଂପ୍ରଦାୟିକ । ଏହି ନୀତି ବିରୋଧରେ ବହୁଜନ ସମାଜ ପାର୍ଟି ସଂଘର୍ଷ କରି ଆସୁଥିବାରୁ ଏହାସହ ସାଲିସ୍ କରି ମେଣ୍ଟ ଗଢିବା ବଦଳରେ ବିଏସ୍ପି ଏକେଲା ନିର୍ବାଚନ ଲଢିବାକୁ ପସନ୍ଦ କରିବ ବୋଲି ମାୟାବତୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.