ରାହୁଲଙ୍କ ସଂସଦ ସଦସ୍ୟତା ସମାପ୍ତିରେ ମାୟାବତୀ କଂଗ୍ରେସକୁ ମନେ ପକାଇଲେ ‘ଜରୁରିକାଳୀନ ପରିସ୍ଥିତି’, ଜାଣନ୍ତୁ ବିଜେପି ଲାଗି କହିଲେ କ’ଣ?
25/03/2023 at 9:02 PM

ନୂଆଦିଲ୍ଲୀ ୨୫।୩: ବହୁଜନ ସମାଜ ପାର୍ଟି (ବସପା) ମୁଖ୍ୟ ମାୟାବତୀ ଶନିବାର ଟ୍ୱିଟ୍ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ପ୍ରଥମେ କଂଗ୍ରେସ ଓ ଏବେ ବିଜେପି ପ୍ରତ୍ୟେକ ସ୍ତରରେ ଅଧିକାଂଶ ମାମଲାରେ ଘୋର ସ୍ୱାର୍ଥର ରାଜନୀତି କରୁଛି। ଫଳରେ ଗରିବୀ, ବେକାରୀ, ପଛୁଆ ଭଳି ଗୁରୁତର ସମସ୍ୟା ଦୂର କରିବା ଲାଗି ବ୍ୟାପକ ଜନହୀତ, ଜନକଲ୍ୟାଣ ଓ ଦେଶ ହୀତ ଭଳି ଜରୁରି କାମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇ ନ ପାରିବା ଦୁର୍ଭାଗ୍ୟର କଥା।
1. पहले कांग्रेस व अब BJP सरकार द्वारा हर स्तर पर अधिकांश मामलों में घोर स्वार्थ की राजनीति करने के कारण ही ग़रीबी, बेरोज़गारी व पिछड़ेपन आदि की गंभीर समस्याओं को दूर करने की व्यापक जनहित, जन कल्याण व देश हित के ज़रूरी काम पर पूरा पूरा ध्यान नहीं देना अति दुखद व दुर्भाग्यपूर्ण।
— Mayawati (@Mayawati) March 25, 2023
ସେହିପରି ପରବର୍ତ୍ତି ଟ୍ୱିଟ୍ରେ ମାୟାବତୀ କଂଗ୍ରେସକୁ ୧୯୭୫ ମସିହାରେ ଦେଶରେ ଜାରି କରିଥିବା ଜରୁରିକାଳୀନ ପରିସ୍ଥିତି ବେଳର କଥା ମନେ ପକାଇଛନ୍ତି। ସେତେବେଳେ ଏହା କେତେଦୂର ଠିକ୍ ଥିଲା ଓ ଏବେ ରାହୁଲ ଗାନ୍ଧିଙ୍କ ସହ ଯାହା ସବୁ ହେଉଛି ଏହା କେତେ ଉଚିତ? ବୋଲିସେ ପ୍ରଶ୍ନ କରିଛନ୍ତି। ଜଣେ ଜଣକ ପ୍ରତି ରାଜନୈତିକ ବିଦ୍ୱେଷ ଓ ଘୃଣା ଆଦି ଯୋଗୁ ଦେଶର ଆଗରୁ ଭଲ ହୋଇ ନଥିଲା କି ଆଗକୁ ବି ଭଲ ହେବାର ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

ମାୟାବତୀ ଉଲ୍ଲେଖ କରିଛନ୍ତି ଯେ ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷରେ ହୋଇଥିବା ବିଭିନ୍ନ ସରକାର ଯଦି ସମ୍ବିଧାନର ପବିତ୍ର ମନ ତଥା ଗଣତାନ୍ତ୍ରିକ ମର୍ଯ୍ୟଦା ଓ ପରମ୍ପରା ଅନୁସାରେ ବିଶ୍ୱସ୍ଥତାର ସହ କାମ କରିଥାନ୍ତେ ତେବେ ଭାରତ ଏବେ ବିଶ୍ୱର ଏକ ଅଗ୍ରଣୀ ଓ ଆଦର୍ଶ ମାନବତାବାଦୀ ରାଷ୍ଟ୍ର ହୋଇଥାନ୍ତା।
3. अतः यह स्पष्ट है कि देश की आज़ादी के बाद बीते 75 वर्षों में यहाँ रही विभिन्न सरकारें अगर संविधान की पवित्र मंशा तथा लोकतांत्रिक मर्यादाओं व परंपराओं के अनुसार ईमानदारी व निष्ठा के साथ काम करती होतीं तो भारत वास्तव में अग्रणी व आदर्श मानवतावादी विकसित देश बन गया होता होता।
— Mayawati (@Mayawati) March 25, 2023
ଉଲ୍ଲେଖ ଯୋଗ୍ୟ ଯେ ସୁରଟର ଏକ ନ୍ୟାୟାଳୟ ଦ୍ୱାରା ମାନହାନୀ ମାମଲାରେ ଦଣ୍ଡାଦେଶ କରିବା ପରେ କେରଳ ୱାଇନାଡ ସଂସଦୀୟ ଆସନର ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧିଙ୍କୁ ଶୁକ୍ରବାର ସଂସଦରେ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାକୁ ନେଇ ଦେଶର ରାଜନୀତି ଏବେ ଉଷ୍ମ ହୋଇ ଉଠିଥିବା ବେଳେ ଦେଶ କଂଗ୍ରେସ ଓ ବିଜେପି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳ ରାହୁଲଙ୍କ ସମର୍ଥନ କରୁଥିବା ବେଳେ ବିଜେପି ପ୍ରତିହିଂସାର ରାଜନୀତି କରୁଥିବାର କହୁଛନ୍ତି।