ଏବେ ପାର୍କ ଓ ସ୍ମାରକ ନୁହେଁ, କେବଳ ଉତ୍ତର ପ୍ରଦେଶ ବିକାଶ ଉପରେ ଫୋକସ୍ କରିବି: ମାୟାବତୀ

Published By : Prameya-News7 Bureau | September 07, 2021 IST

ଲକ୍ଷ୍ନୌ ୦୭/୦୯ : ପ୍ରଵୃଦ୍ଧ ବର୍ଗ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ କରି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଏକ ବଡ ବୟାନ ଦେଇଛନ୍ତି। ମାୟାବତୀଙ୍କ ବୟାନ ଶୁଣି ସମସ୍ତେ ଚମକି ପଡିଛନ୍ତି। ମାୟାବତୀ କହିଛନ୍ତି ଯେ ଯଦି ସେ ଉତ୍ତର ପ୍ରଦେଶ କ୍ଷମତାକୁ ଆସନ୍ତି ତାହେଲେ କେବଳ ପାର୍କ ଓ ସ୍ମାରକ ନିର୍ମାଣ ନ କରି ରାଜ୍ୟର ବିକାଶ ଉପରେ ଫୋକସ କରିବେ। ସମ୍ମିଳନୀରେ ଦଳ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସେ ବିଜେପି ଓ ଅନ୍ୟ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ସେ କାର୍ଯ୍ୟକର୍ତ୍ତାଙ୍କୁ ବିଧାନସଭା କ୍ଷେତ୍ରରେ ହଜାରେ ବ୍ରାହ୍ମଣ କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରିବାକୁ ଟାର୍ଗେଟ ଦେଇଛନ୍ତି।    

ମାୟାବତୀ ବ୍ରାହ୍ମଣଙ୍କୁ ନିରାଶ ନ କରିବାକୁ କହିଛନ୍ତି ଓ ନିଜ ଦଳକୁ ଜିତିଇବାକୁ ଚେଷ୍ଟା କରିଥିବା ନଜର ଆସିଛନ୍ତି। ଏ ସମ୍ବନ୍ଧରେ ଏକ ବଡ ବୟାନ ସାମ୍ନାକୁ ଆସିଛି ଯେଉଁଥିରେ ମାୟାବତୀ ମାନିଛନ୍ତି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ରାଜ୍ୟର ବିକାଶକୁ ନଜର ଅନ୍ଦାଜ କରି ପାର୍କ ଓ ସ୍ମାରକ ତିଆରି ପ୍ରତି ଅଧିକ ଦୃଷ୍ଟି ଦେଇଥିଲେ ଯାହା ଭୁଲ ପ୍ରମାଣିତ ହୋଇଛି। ବର୍ତ୍ତମାନ ମାୟାବତୀ କେବଳ ବିକାଶକୁ ଦଳର ଏଜେଣ୍ଡା ବୋଲି କହିଛନ୍ତି।                                                          

ମାୟାବତୀଙ୍କ ବୟାନକୁ ଏଏନଆଇ ଏକ ଟ୍ୱିଟ ଜରିଆରେ ସେୟାର କରିଛି। ଏହା ପୂର୍ବରୁ ମାୟାବତୀ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଠିକ ବୋଲି କହି ଦଳିତଙ୍କ ସ୍ଥିତିକୁ ନେଇ ବିଜେପି ସରକାର ଓ ବିଚାରଧାରାକୁ ଟାର୍ଗେଟ କରିଥିଲେ।                                                     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.