ବିଶାଖାପାଟଣା ଟେଷ୍ଟରେ ଦୋହରା ଶତକ ହାସଲ କରିଥିବା ମୟଙ୍କ ଅଗ୍ରୱାଲ କିଏ ଜାଣନ୍ତୁ

Published By : Prameya-News7 Bureau | October 04, 2019 IST

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆର ମୟଙ୍କ ଅଗ୍ରୱାଲ ଦୋହରା ଶତକ ହାସଲ କରିଛନ୍ତି। ବିଶାଖାପାଟଣାରେ ଖେଳାଯାଇଥିବା ଏହି ମ୍ୟାଚ୍ ର ଦ୍ୱିତୀୟ ଦିବସରେ ମୟଙ୍କ ୨୧୫ ରନର ଇନିଂସ ଖେଳିଛନ୍ତି। ତେବେ ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆରେ ନୂଆକରି ମନୋନୀତ ହୋଇଥିବା ମୟଙ୍କ ଅଗ୍ରୱାଲ କିଏ।

{"id":166370,"width":581,"height":436}

ମୟଙ୍କ ୧୯୯୧ ମସିହା ଫେବୃଆରୀ ୧୬ ତାରିଖରେ ବେଙ୍ଗାଲୁରୁରେ ଜନ୍ମ ହୋଇଥିଲେ। ତାଙ୍କ ପିତା ରବିନ୍ଦ୍ର ଅଗ୍ରୱାଲ ଶାହାରନ ପୁରସ୍ଥିତ ଇଣ୍ଡିଆନ ହର୍ବସର ମାଲିକ। ତେବେ ୧୯୯୬ ମସିହାରୁ ରବିନ୍ଦ୍ର ପରିବାର ସହ ବେଙ୍ଗାଲୁର ସିଫ୍ଟ କରିଯାଇଛନ୍ତି। ମୟଙ୍କ ବେଙ୍ଗାଲୁରୁର ବିଶପ କଟନ ବୟେଜ ସ୍କୁଲରେ ପଢୁଥିବା ବେଳେ ଅଣ୍ଡର ୧୩ ଟିମରେ ନିଜ ଲାଗି ସ୍ଥାନ ହାସଲ କରିପାରିଥିଲେ। ସେ ୧୫ ବର୍ଷର ହୋଇଥିବା ବେଳେ ମଡର୍ଣ୍ଣ କ୍ରିକେଟ କ୍ଲବ ତାଙ୍କୁ ଏକ ଲିଗ୍ ମ୍ୟାଚ୍ ଲାଗି ମନୋନୀତ କରିଥିଲା।

{"id":166371,"width":578,"height":434}

ପ୍ରଥମେ ମୟଙ୍କଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଖେଳିବା ଲାଗି ଜାନୁୟାରୀ ୨୦୧୮ରେ ଟିମ୍ ଇଣ୍ଡିଆର ମନୋନୟନକାରୀ ଚୟନ କରିଥିଲେ। ସେ ଏପର୍ଯ୍ୟନ୍ତ ୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୬୧.୨୫ ଆଭରେଜରେ ୪୯୦ ରନ ସଂଗ୍ରହ କରିଛନ୍ତି। ଏହି ୫ଟି ମ୍ୟାଚରୁ ସେ ନିଜ ଲାଗି ଗୋଟିଏ ଦ୍ୱିଶତକ ସମେତ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।  ୪ ଜୁନ ୨୦୧୮ରେ ମୟଙ୍କ ବିବାହ କରିଥିଲେ। ସେ ବିବାହ କରିଥିବା ଅଶିତା ସୁଦ ପେଷାରେ ଜଣେ ଓକିଲ ଓ ବିଜନେସ୍ ଡେଭଲପର ବି। କ୍ରିକେଟ୍ କ୍ୟାରିୟରରେ ମୟଙ୍କ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ, ରାଇଜିଂ ପୁଣେ ସୁପର ଜ୍ୟାଣ୍ଟ, ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ଲାଗି ମଧ୍ୟ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.