ରାଜ୍ୟରେ ଅହସ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ, ଆଗକୁ ସ୍ଥିତି ଦେଖି ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ମନ୍ତ୍ରୀ

Published By : Prameya-News7 Bureau | April 28, 2022 IST

ଭୁବନେଶ୍ୱର ୨୮/୦୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଇ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗକୁ ବଡ ନିଷ୍ପତ୍ତି ନେଇପାରନ୍ତି । Heatwave ଯୋଗୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏଁ କ୍ଲାସ ବନ୍ଦ ଅଛି । ତେବେ ଆଗକୁ ଯଦି ଏମିତି ଗ୍ରୀଷ୍ମ ପ୍ରବାହ ଲାଗିରହେ ତେବେ ୩୦ ତାରିଖ ପରେ SRCଙ୍କ ପରାମର୍ଶ ଅନୁସାରେ ଉଚିତ ବିଚାର କରିବେ ରାଜ୍ୟ ସରକାର ।

ଆଗକୁ ସ୍କୁଲ ଛୁଟି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ୩୦ ତାରିଖ ପରେ Heatwaveର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ଏବେବି ରାଜ୍ୟରେ ଅନେକ ସ୍କୁଲ ଅନଲାଇନ କ୍ଲାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.