ମରିସସ୍ ରାଷ୍ଟ୍ରପତିଙ୍କୁ ରୋକିଲେ ବିମାନବନ୍ଦର ଅଧିକାରୀ, ଅଧିକ ଜିନିଷ ପାଇଁ ଅତିଥି ବି ଅଟକିଲେ
29/02/2020 at 4:39 PM

ଲକ୍ଷ୍ନୌ ୨୯।୦୨: ବିମାନ ବନ୍ଦରରେ ଅଟକିଲେ ମରିସସ୍ ରାଷ୍ଟ୍ରପତି । ଉତ୍ତରପ୍ରଦେଶର ବାରଣାସୀ ଆନ୍ତର୍ଜାତୀୟ ବିମାନବନ୍ଦରେ ଅଟକିଲେ ପୃଥୀରାଜ ସିଂହ ରୂପନ । ନିଜ ସାଙ୍ଗରେ ଅତିରିକ୍ତ ସାମଗ୍ରୀ ନେଉଥିବା ଘଟଣାରେ ଅଟକିଲେ ମରିସସ୍ ରାଷ୍ଟ୍ରପତି ।
ମରିସସ୍ ରାଷ୍ଟ୍ରପତି ନିଜ ପତ୍ନୀ ଏବଂ ଛଅ ଜଣିଆ ସଦସ୍ୟ ଟିମ୍ ସହିତ ବାରାଣୀସୀ ଗସ୍ତ କରିଛନ୍ତି । ଗୁରୁବାର ଦିନ ସେ ବାରାଣାସୀର କାଶୀ ଗସ୍ତରେ ଆସିଥିଲେ । କାଶୀରେ ବାବା ବିଶ୍ବନାଥଙ୍କ ଦର୍ଶନ-ପୂଜା ସହ ଗଙ୍ଗା ଆରତୀ ଦେଖିଥିଲେ । ଶୁକ୍ରବାର ଦିନ ବାରାଣୀସୀର ଆନ୍ତର୍ଜାତୀୟ ବିମାନବନ୍ଦରରେ ଦିଲ୍ଲୀ ଯିବା ପାଇଁ ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ ଏୟାର ଇଣ୍ଡିଆର ଅଧିକାରୀମାନେ ଅଟକାଇ ଦେଇଥିଲେ ।

ରାଷ୍ଟ୍ରପତିଙ୍କ ବ୍ୟାଗ୍ର ଓଜନ ୭୫କିଲୋଗ୍ରାମରୁ ଅଧିକ ଓଜନ ଥିବା କାରଣରୁ ଅଟକାଇ ଦିଆଯାଇଥିଲା । ଓଜନ ଅଧିକ ହେବା କାରଣରୁ ଶୁଳ୍କ ଧାର୍ଯ୍ୟ କରିଥିଲେ ଏୟାରଇଣ୍ଡିଆ ଅଧିକାରୀ । ଯାହାଫଳରେ ରାଷ୍ଟ୍ରପତିଙ୍କ ବିମାନ ଅଟକି ରହିଥିଲା । ଏହାପରେ ସ୍ଥାନୀୟଡିଏମ୍ ଓ ଏସ୍ପି ଏୟାରପୋର୍ଟରେ ପହଞ୍ଚି ଅଧିକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ପରେ ବିମାନବନ୍ଦର ଅଧିକାରୀମାନେ ଦିଲ୍ଲୀରେ ଥିବା ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହୋଇଥିଲେ । ଏହାପରେ ଯାଇ ମରିସସ୍ ରାଷ୍ଟ୍ରପତିଙ୍କ ବିମାନ ଉଡାଣ ପାଇଁ ଅନୁମତି ଦିଆଯାଇଥିଲା ।