scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଓ୍ବାଇ ଦ୍ବୀପ ‘ମାଉ’ରେ ବଢ଼ୁଛି ମୃତ୍ୟୁ ସଂଖ୍ୟା; ଏଯାଏଁ ପ୍ରାଣ ହରାଇଲେଣି ୬୭ଜଣ

12/08/2023 at 10:31 AM

ନୂଆଦିଲ୍ଲୀ: ଆମେରିକାର ହାଓ୍ବାଇ ଦ୍ବୀପରେ ଭୀଷଣ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ଏପର୍ଯ୍ୟନ୍ତ ୬୭ଜଣଙ୍କ ମୃତ୍ୟୁ ହୋଇଛି । ଶହେରୁ ଲୋକ ଅଧିକ ଆହତ ହୋଇଛନ୍ତି । ସେହିପରି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଲହାଇନା ସହର ଛରଖାର ହୋଇଛି ।  ଏନେଇ ମାଉ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ରେସକ୍ୟୁ ଟିମ୍ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ଧୀରେ ଧୀରେ ଆହତଙ୍କ ସଂଖ୍ୟା ବଢୁଛନ୍ତି । ଫଳରେ ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଲାଣି । ଏପର୍ଯ୍ୟନ୍ତ ସହରରୁ ୧୧ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ହଜାରେରୁ ଅଧିକ ବିଲ୍ଡିଂ ଜଳିପୋଡ଼ି ନଷ୍ଟ ହୋଇଛି ।

ମାନବୀୟ ତ୍ରୁଟି ଯୋଗୁ ଏହି ଜଙ୍ଗଲ ନିଆଁ ଲାଗିଛି । ତେବେ ପବନ ଏବଂ ଉଷ୍ଣ ଅଞ୍ଚଳ ଯୋଗୁ ଏହି ଜଙ୍ଗଲ ନିଆଁ ସହର ଆଡ଼କୁ ମାଡି ଆସିଥିଲା । ପର୍ଯ୍ୟଟନ ସହର ଭାବରେ ପରିଚିତ ଏହି ସହରକୁ ନିଆଁ ବ୍ୟାପି ଯାଇଛି । ଜଙ୍ଗଲ ନିଆଁରେ ଅନେକ ଐତିହାସିକ କୀର୍ତ୍ତିରାଜି ଓ କୋଠା ସମେତ ବଡ଼ ବଡ଼ ହୋଟେଲ ପୋଡି ଛାରଖାର ହୋଇ ଯାଇଛି । ଏପରିକି ବନ୍ଦର ଅଞ୍ଚଳରେ ଥିବା ବୋଟ୍ ମଧ୍ୟ ପୋଡି ଯାଇଛି । ପ୍ରାୟ ୨୭୦ରୁ ଅଧିକ ପର୍ଯ୍ୟଟନସ୍ଥଳି ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ଦ୍ବୀପର ୮୦ ପ୍ରତିଶତ ସ୍ଥାନ ନିଆଁର ଆଁ ଭିତରକୁ ଆସିଛି । ଅଗ୍ନିଶମ କର୍ମଚାରୀମାନେ ଅପରେସନ ଜାରି ରଖିଛନ୍ତି । ହାଓ୍ବାଇ ଗଭର୍ଣ୍ଣର ଜୋଶ ଗ୍ରୀନ କହିଛନ୍ତି, ଜଙ୍ଗଲ ନିଆଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

   Related Posts