ଭୁବନେଶ୍ଵର: ମାଟ୍ରିମୋନିଆଲରେ ବିବାହ ପ୍ରସ୍ତାବ ଦେଖୁଥିଲେ ସାବଧାନ। କାରଣ ମିଛ ସୂଚନା ଦେଇ ଲୋକଙ୍କୁ ପ୍ରତାରଣା କରାଯାଉଛି। ଏବେ ମାଟ୍ରିମୋନିଆଲରେ ବିବାହ ପ୍ରସ୍ତାବ ଦେଇ ହସ୍ତସନ୍ତ ହେଇଛନ୍ତି ଏକ ପରିବାର। ମିଛ ପ୍ରୋଫାଇଲ ଦେଇ ଝିଅ ଘର ଲୋକଙ୍କୁ ଭୂଆଁ ବୁଲାଇ ଝିଅ ସହ ସଂପର୍କ ବଢାଇଲା ଅଭିଯୁକ୍ତ। ପରେ ପୀଡ଼ିତା ଓ ପରିବାର ଲୋକଙ୍କୁ କଲା ବ୍ୟାକମେଲିଂ। ଏମିତି ଘଟଣା ଭୁବନେଶ୍ଵରରେ ଘଟିଛି। ଭୁବନେଶ୍ବର ମହିଳା ଥାନା ପୁଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ମିଶ୍ର(୩୩)। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ପତିପୁର ଗାଁ। ତାଙ୍କଠାରୁ ପୋଲିସ ଗୋଟିଏ ଭେରେନା କାର, ମୋବାଇଲ ଫୋନ ଓ ଲ୍ୟାପଟପ୍ ଜବତ କରିଛି।
wp:heading {"level":4}Also read- CRPF ଯବାନଙ୍କୁ ଚୂନ : ବ୍ୟବସାୟ ଓ ଜମି କରାଇଦେବାକୁ କହି ଠକିନେଲେ ୧୬ଲକ୍ଷ ଟଙ୍କା
/wp:headingସୂଚନା ଅନୁଯାୟୀ, ପୀଡିତାଙ୍କର ବାପା ପୀଡିତାଙ୍କ ବିବାହ ପ୍ରସ୍ତାବ ପାଇଁ ମାଟ୍ରିମୋନିଆଲ ରେ ଗୋଟିଏ ପ୍ରୋଫାଇଲ୍ ଖୋଲିଥିଲେ ଯେଉଁଠାରେ ସେ ସୌମ୍ୟରଞ୍ଜନଙ୍କ ପ୍ରୋଫାଇଲ୍ ପାଇଥିଲେ । ଏହା ପରେ ସେ ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ଯୋଗାଯୋଗ କରିବାରୁ ସେ ନିଜକୁ ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ନାଭାଲ ଅଫିସର ପରିଚୟ ଦେଇ ପୀଡିତାଙ୍କ ପ୍ରୋଫାଇଲରେ ଆଗ୍ରହ ଦେଖାଇଥିଲେ। ଅଭିଯୁକ୍ତ ଜଣକ ପୀଡିତା ଓ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଅତି ଚତୁରତାର ସହମିଥ୍ୟା କଥା କହି ସମ୍ପର୍କ ବଢାଇଥିଲେ ଏବଂ ତାଙ୍କ ମୋବାଇଲରେ ପୀଡିତାଙ୍କର ତାଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କକୁ ରେକର୍ଡ କରିଥିଲେ ।
{"id":913332,"sizeSlug":"full","linkDestination":"none"}ଅଭିଯୁକ୍ତ ଜଣକ ଜଣେ ଠକ ଓ ପ୍ରତାରକ ବ୍ୟକ୍ତି ଜାଣିବା ପରେ ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଉକ୍ତ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଖଣ୍ଡଗିରି ନିକଟସ୍ଥ ଏକ ହୋଟେଲକୁ ଡ଼ାକି ତାଙ୍କ ଇଚ୍ଛା ବିରୁଦ୍ଧରେ ନିର୍ଯ୍ୟାତନା ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟର ଭିଡିଓ ରେକର୍ଡ କରି ସେଗୁଡିକୁ ଭାଇରାଲ କରିବାର ଧମକ ଦେଇ ପୀଡିତାଙ୍କୁ ବ୍ଲାକମେଲ କରିଥିଲେ । ପୀଡ଼ିତା ଭୟରେ ଅଭିଯୁକ୍ତଙ୍କୁ ୫୦,୦୦୦ ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତ ଜଣକ ପୀଡିତାଙ୍କ ବାହାଘର ଭାଙ୍ଗିବା ପାଇଁ ତାଙ୍କ ଘରକୁ ଆସିଥିଲେ ଏବଂ ପରିବାର ବର୍ଗଙ୍କୁ ଧମକ ଦେଇଥିଲେ ।
ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ତାଙ୍କର ଓ ପୀଡ଼ିତାଙ୍କର ଆପତ୍ତିଜନକ ଫଟୋ, ଭିଡିଓ, ଧମକପୂର୍ଣ୍ଣ ତଥା ଅପମାନଜନକ ବାର୍ତ୍ତାକୁ ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ପଠାଇଦେଇଥିଲେ । ଏନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ତାଙ୍କ ହେପାଜତରୁ ଏହି ଅପରାଧରେ ବ୍ୟବହୃତ ଜିନିଷ ଜବତ କରିଥିଲେ । ପଚାରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ଵୀକାର କରିଥିଲା । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।