ଆସନ୍ତା ମେ’ ମାସ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ମାଟ୍ରିକ ଖାତା ଦେଖା
27/04/2020 at 5:45 PM

କଟକ୨୭/୪: ଆସନ୍ତା ମେ ମାସ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ମାଟ୍ରିକ ଖାତା ଦେଖା। ଚଳିତ ବର୍ଷ ମାତ୍ର ଗୋଟିଏ ଦିନ ମାଟ୍ରିକ ଖାତା ଦେଖା ସମ୍ଭଵ ହୋଇପାରିଥିଲା। ଖାତା ଦେଖା ବିଳମ୍ବ ହେତୁ ରେଜଲ୍ଟ ବାହାରିବା ମଧ୍ୟ ଅହେତୁକ ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶୀଘ୍ର ଖାତା ଦେଖା ଶେଷ କରିବା ଲାଗି ଖାତା ଦେଖା ବ୍ୟବସ୍ଥାରେ କିଛି ପରିଵର୍ତ୍ତନ କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ବୋର୍ଡ ପକ୍ଷରୁ ବିଭିନ୍ନ ଜୋନ୍କୁ ବହି ପଠାଇବା କାମ ଆରମ୍ଭ ହୋଇଛି। ଜୟପୁର ବ୍ୟତୀତ ଅନ୍ୟ ସବୁ ଜୋନ୍ କୁ ପଠାଯାଇଛି ବହି। ଲକଡାଉନ୍ ଖୋଲିଲେ ସବୁ କେନ୍ଦ୍ରରେ ବହି ବିକ୍ରି ଆରମ୍ଭ ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023